ହାଇଦ୍ରାବାଦ: ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ସରଥ କମଲଙ୍କ କମାଲ । 2020 ITTF ଚ୍ୟାଲେଞ୍ଜର ପ୍ଲସ ଓମାନ ଓପନ ପୁରୁଷ ଏକକ ଟାଇଟେଲ ହାତେଇଛନ୍ତି 37 ବର୍ଷିୟ ଭେଟେରାନ ସରଥ । ଏଥିସହିତ ITTF ଇଭଣ୍ଟରେ ଭାରତର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି ।
ପ୍ରାୟ 10 ବର୍ଷ ପରେ ଅଭିଜ୍ଞ ପାଡଲର ସରଥ କମଲ ପୁଣି ଏକ ବଡ ସଫଳତା ହାସଲ କରିଛନ୍ତି । ଫାଇନାଲ ମୁକାବିଲାରେ ପର୍ତୁଗାଲର ମାର୍କୋସ ଫ୍ରେଟାସଙ୍କୁ 6-11, 11-8, 12-10, 11-19, 3-11, 17-15 ସେଟରେ ହରାଇଛନ୍ତି । ପୂର୍ବରୁ ସେମିଫାଇନାଲରେ ସରଥ ରୁଷିଆର କିରିଲ ସ୍କାଚକୋଭଙ୍କୁ 11-13, 11-13, 13-11, 11-9, 13-11,8-11, 11-7 ସେଟ୍ରେ ହରାଇ ଫାଇନାଲର ପ୍ରବେଶ କରିଥିଲେ ।