ହାଇଦ୍ରାବାଦ: ଏସିଆନ୍ ଚମ୍ପିଆନ୍ସିପ୍ରେ ଚମକିଲେ ଭାରତୀୟ ମହିଳା ବକ୍ସର । ୭୫ କେଜି ବର୍ଗରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଲଭଲିନା ବୋର୍ଗୋହେନ୍ । ଟୋକିଓ ଅଲମ୍ପିକ୍ସରେ ୬୯ କେଜି ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ ଲଭଲିନା । ବର୍ତ୍ତମାନ ଜୋର୍ଡାନର ଅମାମ୍ରେ ଏସିଆନ୍ ଚମ୍ପିଆନ୍ସିପ୍ ଜାରି ରହିଛି । ପ୍ରଥମ ଥର ପାଇଁ ୭୫ କେଜି ବର୍ଗରେ ପ୍ରତିଦ୍ବନ୍ଦିତା କରି ସଫଳତା ହାସଲ କରିଛନ୍ତି ଲବ୍ଲିନା ।
ଫାଇନାଲ୍ ରାଉଣ୍ଡରେ ତାଙ୍କର ସାମ୍ନା ଉଜବେକିସ୍ତାନର ରୁଜ୍ମେଟୋଭା ସୋଖିବାଙ୍କ ସହ ହୋଇଥିଲା । ଏହି ରାଉଣ୍ଡ ୫-୦ ପଏଣ୍ଟରେ ଏକ ତରଫା ଭାବରେ ବିଜୟ ହାସଲ କରିଛନ୍ତି ଲଭଲିନା । ଏହି ପଦକ ଲଭଲିନା ବୋର୍ଗୋହେନଙ୍କ ଆତ୍ମ ବିଶ୍ବାସ ବୃଦ୍ଧି କରିବ । କାରଣ ଆହତଜନତି ସମସ୍ୟା ଯୋଗୁଁ ବିଶ୍ବ ଚମ୍ପିଆନ୍ସିପ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ପାରିନଥିଲେ ଲଭଲିନା ।