ପୁଣେ: ଆନ୍ତର୍ଜାତୀୟ ସୁଟିଂ ଫେଡେରେସନ ପକ୍ଷରୁ ଭାରତୀୟ ସୁଟରଙ୍କୁ ମିଳିବ ସମ୍ମାନଜନକ ଗୋଲ୍ଡେନ ଟାର୍ଗେଟ ଆୱାର୍ଡ । ଚଳିତ ବର୍ଷର ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନରେ 3 ଭାରତୀୟ ସୁଟର ଅଭିଯାନ ଶେଷ କରିଛନ୍ତି ।
ଭାରତୀୟ ସୁଟରଙ୍କୁ ମିଳିବ ଆଇଏସଏସଏଫ ଗୋଲ୍ଡେନ ଟାର୍ଗେଟ ଆୱାର୍ଡ - ଗୋଲ୍ଡେନ ଟାର୍ଗେଟ ଆୱାର୍ଡ
ଆନ୍ତର୍ଜାତୀୟ ସୁଟିଂ ଫେଡେରେସନ ପକ୍ଷରୁ ଭାରତୀୟ ସୁଟରଙ୍କୁ ମିଳିବ ସମ୍ମାନଜନକ ଗୋଲ୍ଡେନ ଟାର୍ଗେଟ ଆୱାର୍ଡ । ଅଧିକ ଖବର ପଢନ୍ତୁ...
ଭାରତୀୟ ସୁଟରଙ୍କୁ ମିଳିବ ଆଇଏସଏସଏଫ ଗୋଲ୍ଡେନ ଟାର୍ଗେଟ ଆୱାର୍ଡ
ଦିବ୍ୟାଂସ ସିଂହ ପନୱାର ପୁରୁଷ 10 ମିଟର ଏୟାର ରାଇଫଲ ବର୍ଗରେ ନଂ1 ସୁଟର ରହିଛନ୍ତି । ସେହିପରି ଇଲାଭେନିଲ ଭାଲାରିଭାନ ମହିଳା 10 ମିଟର ଏୟାର ରାଇଫଲ ବର୍ଗରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସୌରଭ ଦିବ୍ୟାଂଶ ମଧ୍ୟ 10 ମିଟର ଏୟାର ପିସ୍ତଲ ବର୍ଗରେ ନଂ1 ସ୍ଥାନରେ ଚଳିତ ବର୍ଷର ଶେଷ ପ୍ରକାଶିତ ମାନ୍ୟତାରେ ରହିଛନ୍ତି ।
ଅଲମ୍ପିକ ଯୋଗ୍ୟତା ହାସଲ କରିବାରେ 12 ଟି ବିଭାଗରେ ଭାରତୀୟ ନଂ1 ଖେଳାଳି ରହିଛନ୍ତି । ଭାରତ ପଛକୁ ଚାଇନା ଓ ୟୁଏଏସର 2ଜଣ ଲେଖାଏଁ ନଂ 1 ଖେଳାଳି ରହିଛନ୍ତି ।