ଓଡିଶା

odisha

ETV Bharat / sports

Badminton Asia Championships: ସ୍ବର୍ଣ୍ଣ ଜିତିଲେ ସାତ୍ତ୍ବିକ-ଚିରାଗ ଯୋଡି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ଚମକିଲେ ଭାରତୀୟ ତାରକା । ମାଲେସିଆ ଯୋଡିଙ୍କୁ ପରାସ୍ତ କରି ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ଭାରତୀୟ ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି । ଅଧିକ ପଢନ୍ତୁ

By

Published : May 1, 2023, 10:01 AM IST

Badminton Asia Championships
satwiksairaj chirag

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ଭାରତକୁ ସ୍ବର୍ଣ୍ଣିମ ସଫଳତା । ଡବଲ୍ସ ଚାମ୍ପିଅନ ହୋଇ ଇତିହାସ ରଚିଲେ ଭାରତୀୟ ସାତ୍ତ୍ବିକ-ଚିରାଗ ଯୋଡି । ଭାରତର ଅଭିଜ୍ଞ ଖେଳାଳି ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଫାଇନାଲରେ ମାଲେସିଆ ଯୋଡିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମାଲେସିଆ ଯୋଡିଙ୍କୁ 16-21, 21-17, 21-19 ସେଟରେ ପରାସ୍ତ କରି 58 ବର୍ଷ ପରେ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସାତ୍ତ୍ବିକ-ଚିରାଗ । ଏହି ଯୋଡିଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଯୋଡିକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦେଶର ପ୍ରଥମ ଡବଲ୍ସ ଯୋଡି ଭାବେ ଡବଲ୍ସ ଟାଇଟଲ ଜିତିଛନ୍ତି ସାତ୍ତ୍ବିକ-ଚିରାଗ । ପୁରୁଷ ଡବଲ୍ସ ଫାଇନାଲରେ ସାତ୍ତ୍ବିକ-ଚିରାଗ ଓ ମାଲେସିଆର ଓଙ୍ଗ ୟିଉ ସିନ ଓ ତେଓ ଇ ୟି ଯୋଡି ମୁହାଁମୁହିଁ ହୋଇଥିଲେ । କଡା ମୁକାବିଲାରେ ଭାରତୀୟ ଯୋଡି 16-21, 21-17, 21-19 ସେଟରେ ରୋମାଞ୍ଚକର ବିଜୟ ହାସଲ କରିଥିଲେ । ପ୍ରଥମ ଗେମରେ ମାଲେସିଆ ଯୋଡି ବିଜୟ ହାସଲ କରିଥିଲେ ମାତ୍ର ଭାରତୀୟ ଯୋଡି ଜବରଦସ୍ତ କମବ୍ୟାକ କରିଥିଲେ । ଅସଲ ଖେଳ ଦେଖାଇଥିଲେ ସାତ୍ତ୍ବିକ-ଚିରାଗ । ଦୁଇଟି ଯାକ ଗେମରେ ଲଢୁଆ ପ୍ରଦର୍ଶନ କରି ଐତିହାସିକ ବିଜୟ ହାସଲ କରିଛନ୍ତି ।

ସାତ୍ତ୍ବିକ-ଚିରାଗଙ୍କ ପୂର୍ବରୁ ଲକ୍ଷ୍ନୌରେ ଆୟୋଜିତ 1965 ସଂସ୍କରଣରେ ଦିନେଶ ଖାନା ଏକକ ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଥାଇଲାଣ୍ଡର ସଙ୍ଗୋବଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରିଥିଲେ । ପୁରୁଷ ଡବଲ୍ସରେ ଭାରତ ପାଇଁ ଏହା ଦ୍ବିତୀୟ ପଦକ । 1971ରେ ଦୀପୁ ଘୋଷ ଓ ରମଣ ଘୋଷ ବ୍ରୋଞ୍ଜ ପଦକ ଜିତିଥିଲେ ।

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ:ସାତ୍ତ୍ବିକ-ଚିରାଗଙ୍କ ସଫଳତା ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି ଲେଖିଛନ୍ତି, ''ଉଭୟଙ୍କ ପାଇଁ ଗର୍ବିତ । ପ୍ରଥମ ଭାରତୀୟ ଯୋଡି ଭାବେ ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପ ଡବଲ୍ଡ ଟାଇଟଲ ବିଜୟୀ ହୋଇଥିବାରୁ ଗର୍ବିତ । ଉଭୟଙ୍କୁ ଅନେକ ଅଭିନନ୍ଦନ । ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ।''

ପୁରସ୍କାର ରାଶି ଘୋଷଣା କଲା BAI:ଭାରତୀୟ ବ୍ୟାଡମିଣ୍ଟନ ସଂଘ (BIA) ସଭାପତି ହିମନ୍ତ ବିଶ୍ବଶର୍ମା ସାତ୍ତ୍ବିକ-ଚିରାଗଙ୍କୁ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଚଳିତ ସିଜନରେ ଏହି ଯୋଡି ସୁଇପ ଓପନ ସୁପର- 300 ଟାଇଟଲ ଜିତିଥିବା ବେଳେ 2022 ରାଜ୍ୟ ଗୋଷ୍ଠୀ କ୍ରୀଡା ଚାମ୍ପିଅନ ହୋଇ ଦେଶ ପାଇଁ ଗୌରବ ଆଣିଥିଲେ ।

ଏହି ଯୋଡିଙ୍କ ସଫଳତା ତାଲିକା ଖୁବ ଲମ୍ବା । ନିକଟରେ ମାର୍ଚ୍ଚରେ ହୋଇଥିଲା ସୁଇସ ଓପନ ବ୍ୟାଡମିଣ୍ଟନରେ ଭାରତର ଏହି ଅଭିଜ୍ଞ ଯୋଡି ସଫଳତା ହାସଲ କରିଥିଲେ । ଡବଲ୍ସରେ ପ୍ରଥମ ଟାଇଟସ ଜିତିଥିଲେ ଏହି ଯୋଡି । ଡବଲ୍ସ ଫାଇନାଲ ରାଉଣ୍ଡରେ ଚୀନରେ ରେନ ଜିୟାଙ୍ଗ ୟୁ ଓ ଟାନ କିୟାଙ୍ଗ ଯୋଡିଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ ଏହି ଭାରତୀୟ ଯୋଡି । ସ୍ବିଜରଲାଣ୍ଡର ବାସେଲଠାରେ ସୁଇସ ଓପନ ଖେଳାଯାଇଥିଲା ।

ABOUT THE AUTHOR

...view details