ନୂଆଦିଲ୍ଲୀ: ଏସିଆନ କୁସ୍ତି ଚମ୍ପିଆନସିପ୍ରେ ହରିୟାଣା ଝିଅ ସରିତା ମୋରଙ୍କ ଜବରଦସ୍ତ ପ୍ରଦର୍ଶନ । 59 କିଲୋଗ୍ରାମ ମହିଳା ବର୍ଗରେ ଗୁରୁବାର ଆଲମଟିରେ କ୍ରମାଗତ ଦ୍ବିତୀୟ ବର୍ଷ ଟାଇଟେଲ ବିଜୟୀ ହୋଇଛନ୍ତି ସରିତା ।
25 ବର୍ଷୀୟା ଡିଫେଣ୍ଡିଂ ଚମ୍ପିଆନ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦମଦାର ପ୍ରଦର୍ଶନ ସହ ମଙ୍ଗୋଲିଆର ସୁଭଦର ବାତାରଜାଭଙ୍କୁ 10-7ରେ ହରାଇଛନ୍ତି । ମ୍ୟାଚ ଆରମ୍ଭର ପ୍ରଥମ 3 ମିନିଟରେ 1-4ରେ ପଛୁଆ ରହିଥିଲେ ଭାରତୀୟ କୁସ୍ତିଯୋଦ୍ଧା । ମାତ୍ର ଦ୍ବିତୀୟାର୍ଦ୍ଧରେ ଦମଦାର କମବ୍ୟାକ ସହ 12 ସେକେଣ୍ଡ ପୂର୍ବରୁ 10-7 ରେ ଅଗ୍ରଣୀ ହେବା ସହ ବିଜୟୀ ହୋଇଥିଲେ ।