ଓଡିଶା

odisha

ETV Bharat / sports

ଟେନିସକୁ ଅଲବିଦା କହିଲେ ସାନିଆ, ଦୁବାଇ ଟେନିସ ଚମ୍ପିଆନସିପ ଶେଷ ଟୁର୍ଣ୍ଣାମେଣ୍ଟ - ନିଆ ମିର୍ଜାଙ୍କ ଅବସର ଘୋଷଣା

ଟେନିସ ଜଗତରୁ ସାନିଆ ମିର୍ଜାଙ୍କ ଅବସର ଘୋଷଣା । ଦୁବାଇ ଟେନିସ ଚମ୍ପିଆନସିପ ( Dubai Tennis Championships ) ହେବ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ । ଅଧିକ ପଢନ୍ତୁ

ସାନିଆ ମିର୍ଜା
ସାନିଆ ମିର୍ଜା

By

Published : Jan 7, 2023, 3:47 PM IST

ହାଇଦ୍ରାବାଦ:ଟେନିସ ଗ୍ରାଉଣ୍ଡରେ ଆଉ ଦେଖିବାକୁ ମିଳିବନି ସାନିଆଙ୍କ ଜଲୱା । ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଖେଳ ଦୁନିଆକୁ ଅଲବିଦା କହିବାକୁ ଯାଉଛନ୍ତି । ଦୁବାଇ ଟେନିସ ଚମ୍ପିଆନସିପ ( Dubai Tennis Championships ) ହେବ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ । ଫେବୃଆରୀ ୧୯ ତାରିଖରୁ ଏହି ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି । ଏହି ଚମ୍ପିଆନସିପରେ ଶେଷ ଥର ପାଇଁ ନଜର ଆସିବେ ସାନିଆ ମିର୍ଜା । ୩୬ ବର୍ଷିୟ ସାନିଆଙ୍କ ଫିଟନେସ ଠିକ ନଥିର ସୂଚନା ରହିଛି । ଯେଉଁ କାରଣରୁ ସେ ଟେନିସରୁ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ସେ ବର୍ଷ ୨୦୨୨ ଶେଷ ଆଡକୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ । ଦୁବାଇ ଟେନିସ ଚମ୍ପିଆନସିପ ଖେଳିବା ପରେ ସେ ଟେନିସକୁ ବାଏ ବାଏ କହିବେ ବୋଲି ସ୍ପଷ୍ଟକ୍ତି କରିଛନ୍ତି ।

ସନ୍ୟାସ ନେବା ନେଇ ଗତ ବର୍ଷ କରିଥିଲେ ଘୋଷଣା : ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏକ ନ୍ୟୁଜ ୱେବସାଇଟକୁ କହିଥିଲେ, "ମୁଁ ଗତ ବର୍ଷ WTA ଫାଇନାଲ ପରେ ଟେନିସରୁ ଅବସର ଗ୍ରହଣ କରିବାକୁ ଚାହିଁଥିଲି । ହେଲେ କହୁଣୀରୁ ଆଘାତ କାରଣରୁ US ଓପନ ସହିତ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲି । ତେଣୁ ସନ୍ୟାସ ନେଇପାରିଲି ନାହିଁ । ଏବେ ଦୁବାଇ ଟେନିସ ଚମ୍ପିଆନସିପ ପରେ ସନ୍ୟାସ ନେବା ନେଇ ନିଷ୍ପତ୍ତି ନେଇଛି"

ସାନିଆ ମିର୍ଜା ଦୁବାଇରେ ଏକ ଟେନିସ ଏକାଡେମୀ ଆରମ୍ଭ କରିଛନ୍ତି । ସେ ଟେନିସରୁ ଅବସର ନେବା ପରେ ତାଙ୍କର ଏହି ଏକାଡେମୀରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବେର ଯୋଜନା ରହିଛି । ସେପଟେ ଗତ ବର୍ଷ ସାନିଆ ସ୍ବାମୀ ସୋଏବ ମାଲିକଙ୍କଠାରୁ ଛାଡପତ୍ର ନେବା ନେଇ ବିବାଦରେ ରହିଥିଲେ । ଚଳିତ ବର୍ଷ ହେବାକୁ ଥିବା ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟ ଖେଳିବେ ଏହି ଷ୍ଟାର ସଟଲର । ଏହା ପରେ ସେ ଦୁବାଇ ଟେନିସ ଚମ୍ପିଆନସିପ ଖେଳି ଟେନିସ ଜଗତରୁ ଅବସର ଗ୍ରହଣ କରିବେ ।

ପାକିସ୍ତାନୀ କ୍ରିକେଟର ସୋଏବ ମାଲିକଙ୍କୁ ବିବାହ କରିଥିଲେ-ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମାଲିକଙ୍କୁ ବର୍ଷ ୨୦୧୦ରେ ବିବାହ କରିଥିଲେ । ପରେ ଅକ୍ଟୋବର ୩୦ ତାରିଖ ୨୦୧୮ ମସିହାରେ ସାନିଆ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ବର୍ଷ ୨୦୨୨ରେ ପାକିସ୍ତାନ ଗଣମାଧ୍ୟରେ ଉଭୟ ଷ୍ଟାର ଦମ୍ପତି ସାନିଆ ଏବଂ ସୋଏବଙ୍କ ଛାଡପତ୍ର ଖବର ସମସ୍ତଙ୍କୁ ଚକିତ କରିଥିଲା । ଉଭୟ ପରେ ଖୁଲାସା କରିଥିଲେ ଯେ ତାହା ଗୁଜବ ଥିଲା ।

ଏହି ପୁରସ୍କାର ପାଇଛନ୍ତି ସାନିଆ-ଷ୍ଟାର ସଟଲର ସାନିଆ ମିର୍ଜା ବହୁ ଚମ୍ପିଆନସିପରେ ବିଜୟ ହାସଲ କରି ଭାରତକୁ ଗୌରବାନ୍ବିତ କରିଛନ୍ତି । ଟେନିସରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ବର୍ଷ ୨୦୦୪ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିପରି ବର୍ଷ ୨୦୦୬ରେ ପଦ୍ମଶ୍ରୀ, ବର୍ଷ ୨୦୧୫ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଏବଂ ବର୍ଷ ୨୦୧୬ରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ ସାନିଆ । ସାନିଆ ମିର୍ଜା ବର୍ଷ ୨୦୧୬ରେ ଅଷ୍ଟ୍ରେଲିଆ ଡବଲ୍ସ ଓପନ, ବର୍ଷ ୨୦୧୫ରେ ୱିମ୍ବଲଡନ, ବର୍ଷ ୨୦୧୫ରେ US ଓପନ ଟାଇଟଲ ଜିତିଥିଲେ । ସେହିପରି ବର୍ଷ ୨୦୦୯ରେ ମିକ୍ସଡ ଡବଲ୍ସରେ ତିନୋଟି ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନ, ବର୍ଷ ୨୦୧୨ରେ ଫ୍ରେଞ୍ଚ ଓପନ ଏବଂ ୨୦୧୪ରେ US ଓପନ ଜିତି ଥିଲେ ।

ABOUT THE AUTHOR

...view details