ଓଡିଶା

odisha

By

Published : Apr 26, 2019, 10:59 PM IST

ETV Bharat / sports

ଏସିଆନ୍ ଚମ୍ପିଆନସିପ: ରେସଲିଂରେ ଭିନେଶ ଓ ସାକ୍ଷୀଙ୍କୁ ବ୍ରୋଞ୍ଜ

ରିଓ ଅଲମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ତଥା ଭାରତୀୟ ଲେଡି ସୁଲତାନ ସାକ୍ଷୀ ମଲ୍ଲିକ ଏଠାରେ ଖେଳାଯାଉଥିବା ଏସିଆନ୍ ରେସଲିଂ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ହାତେଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସିଆନ୍(ଚୀନ୍‌): ରିଓ ଅଲମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ତଥା ଭାରତୀୟ ଲେଡି ସୁଲତାନ ସାକ୍ଷୀ ମଲ୍ଲିକ ଏଠାରେ ଖେଳାଯାଉଥିବା ଏସିଆନ୍ ରେସଲିଂ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ହାତେଇଛନ୍ତି । ସେହିପରି ଏସିଆନ୍ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭିନେଶ୍ ଫୋଗତ୍ ମଧ୍ୟ ବ୍ରୋଞ୍ଜ ସହ ପୋଡିୟମ ଫିନିସ କରିଛନ୍ତି ।

ତେବେ ସାକ୍ଷୀ 62କେଜି ବର୍ଗରେ ଓ ଭିନେଶ୍‌ 53 କେଜି ବର୍ଗରେ ଏହି ମେଡାଲ ହାତେଇଛନ୍ତି । ଗତବର୍ଷ ଜାକର୍ତ୍ତା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭିନେଶ ୫୦ କେଜି ବଦଳରେ ଏହାଠାରୁ ଅଧିକ ବର୍ଗରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ସେ ଜାପାନର ମାୟୁ ମୁକୈଦାଙ୍କଠାରୁ ହାରିଯାଇଥିଲେ, ଯିଏ କ୍ୱାଲିଫିକେସନ୍ ରାଉଣ୍ଡ ଦ୍ୱାରା ପହଞ୍ଚିଥିଲେ। ଜାପାନର ରେସଲର ଏହି ମୁକାବିଲାକୁ ଏକତରଫା ଭାବେ ୧୦-୦ରେ ଜିତି ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details