ଓଡିଶା

odisha

ETV Bharat / sports

ସାଗର ଧନକର ହତ୍ୟା ମାମଲା: ସୁଶୀଲ କୁମାରଙ୍କୁ ହରିଦ୍ବାର ନେଲା କ୍ରାଇମବ୍ରାଞ୍ଚ - ସାଗର ଧନକର ହତ୍ୟା ମାମଲା

କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ତଦନ୍ତ ପାଇଁ ହରିଦ୍ବାର ନେଇଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢନ୍ତୁ...

Sagar Dhankar murder case: Crime Branch takes wrestler Sushil Kumar to Haridwar
ସାଗର ଧନକର ହତ୍ୟା ମାମଲା: ଅଭିଯୁକ୍ତ ସୁଶୀଲ କୁମାରଙ୍କୁ ହରିଦ୍ବାର ନେଲା କ୍ରାଇମବ୍ରାଞ୍ଚ

By

Published : May 31, 2021, 5:43 PM IST

ନୂଆଦିଲ୍ଲୀ:କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ତଦନ୍ତ ପାଇଁ ହରିଦ୍ବାର ନେଇଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ ।

ଗିରଫଦାରିରୁ ବର୍ତ୍ତିବାକୁ ସୁଶୀଲ କେଉଁଠି ଲୁଚିଥିଲେ ଓ କେଉଁ ସହଯୋଗୀ ମାନେ ତାଙ୍କୁ ଏଥିରେ ସାହାଯ୍ୟ କରିଥିଲେ ପୋଲିସ ସେ ଦିଗରେ ଅଧିକ ଖୋଳତାଡ କରୁଛି । ଯେଉଁସବୁ ସ୍ଥାନରେ ସୁଶୀଲ ଆତ୍ମଗୋପନ କରିଥିଲେ ସେଠାରେ ହିଁ ହତ୍ୟା ଯୋଜନାର ଗୁମର ଥିବା ପୋଲିସ ସନ୍ଦେହ କରୁଛି ।

ଦିଲ୍ଲୀ ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାଗର ଧନକର ହତ୍ୟା ପରେ ସୁଶୀଲ ପ୍ରଥମେ ହରିଦ୍ବାର ଯାଇଥିଲେ । ସେଠାରେ ସୁଶୀଲ ତାଙ୍କର ମୋବାଇଲ ଫୋନ୍‌ ଫିଙ୍ଗିଛନ୍ତି କିମ୍ବା କେଉଁଠାରେ ଲୁଚାଇଛନ୍ତି କ୍ରାଇମବ୍ରାଞ୍ଚ କୁସ୍ତିଯୋଦ୍ଧାଙ୍କ ମୋବାଇଲ ଫୋନ ଠାବ କରିବାକୁ ପ୍ରୟାସ କରୁଛି । ଅପରାଧ ଘଟାଇଥିବା ସମୟରେ ସେ ଯେଉଁ କପଡା ପିନ୍ଧିଥିଲେ ତାକୁ ମଧ୍ୟ ପୋଲିସ ଏଯାବତ ଠାବ କରିପାରିନାହିଁ ।

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାଗର ଧନକରଙ୍କୁ ହତ୍ୟା ଉଦ୍ଦେଶ୍ୟ ତାଙ୍କର ନଥିଲା ବୋଲି ବାରମ୍ବାର ପୋଲିସକୁ କହୁଛନ୍ତି ସୁଶୀଲ ।

ଏଯାବତ ଦିଲ୍ଲୀ ପୋଲିସ କରିଥିବା ତଦନ୍ତ ଅନୁଯାୟୀ, 13 ଜଣ ଏହି ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ 9 ଜଣଙ୍କୁ ଗିରଫ କରାଯାଇସାରିଛି ଓ 4 ଜଣ ଏବେବି ଫେରାର ଅଛନ୍ତି ।

ଦିଲ୍ଲୀର ରୋହିଣୀ କୋର୍ଟ ଶନିବାର ସୁଶୀଲ କୁମାରଙ୍କ ହାଜତ ମିଆଦ 4 ଦିନ ବଢାଇବା ସହ ଦିଲ୍ଲୀ ପୋଲିସର ଆବେଦନ ଗ୍ରହଣ କରିଥିଲେ । ଦିଲ୍ଲୀ ପୋଲିସ ଅଧିକ 7ଦିନ ରିମାଣ୍ଡ ଅବଧି ବଢାଇବାକୁ ଅନୁରୋଧ କରିଥିଲା ଓ କୋର୍ଟକୁ ଦର୍ଶାଇଥିଲା ଯେ ସୁଶୀଲ କୁମାର ଏହି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ତଦନ୍ତରେ ସହଯୋଗ କରୁନଥିବା ମଧ୍ୟ ଦର୍ଶାଇଥିଲା ।

38 ବର୍ଷୀୟ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଅଜୟ ବାକରୱାଲାଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି । ମେ 4ରେ ଛତ୍ରଶାଲ ଷ୍ଟାଡିୟମରେ ଘଟିଥିବା ସାଗର ଧନକର ହତ୍ୟା ମାମଲାରେ ଏହା ପୂର୍ବରୁ ସୁଶୀଲ କୁମାରଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ସୁଶୀଲ ଗିରଫଦାରୀରୁ ବର୍ତ୍ତିବାକୁ ଗତ 18 ଦିନ ମଧ୍ୟରେ ପ୍ରାୟ 7ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୀମା ପାର କରିଛନ୍ତି । ଏହି ସମୟରେ ସେ ନିୟମିତ ତାଙ୍କର ମୋବାଇଲର ସିମ କାର୍ଡ ବଦଳାଇଥିଲେ ।

ମେ 4ରେ ଦୁଇ କୁସ୍ତିଯୋଦ୍ଧା ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା କୁହାଯାଉଛି ଓ ଏଥିରେ କିଛିଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ହସ୍ପିଟାଲରେ ଚିକିତ୍ସା ସମୟରେ ସାଗରଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details