କାଠମାଣ୍ଡୁ: ସାଉଥ୍ ଏସିଆନ ଗେମ୍ସରେ ସର୍ବାଧିକ ପଦକ ହାସଲ କରିଛି ଭାରତ । 12ଟି ସ୍ବର୍ଣ୍ଣ, 20ଟି ରୌପ୍ୟ ଓ 15ଟି ବ୍ରୋଞ୍ଜ ପଦକ ସହ ମୋଟ 47ଟି ପଦକ ହାସଲ କରିଛନ୍ତି ଭାରତୀୟ ଆଥଲେଟ୍ । ସର୍ବମୋଟ ପଦକ ସଂଖ୍ୟାରେ ଭାରତ 1 ନମ୍ବର ସ୍ଥାନରେ ଥିବାବେଳେ ସ୍ବର୍ଣ୍ଣ ପଦକ ସଂଖ୍ୟାରେ 2ୟ ସ୍ଥାନରେ ରହିଛି ।
ସାଉଥ୍ ଏସିଆନ ଗେମ୍ସ: ପଦକ ତାଲିକାର ଶୀର୍ଷରେ ଭାରତ - ଭାରତୀୟ ଆଥଲେଟିକ୍ସ ଫେଡେରେସନ
ସାଉଥ ଏସିଆନ ଗେମ୍ସରେ ଭାରତ ସର୍ବାଧିକ ପଦକ ହାସଲ କରିଥିବାବେଳେ ଶ୍ରୀଲଙ୍କା 14 ସ୍ବର୍ଣ୍ଣ ପଦକ ସହ ଶୀର୍ଷରେ ରହିଛି । ସେହିପରି ଜାଭେଲିନ ଥ୍ରୋରେ ପାକିସ୍ତାନ ଆଥଲେଟ୍ ସ୍ବର୍ଣ୍ଣ ପଦକ ହାତେଇବା ପରେ ଏହାକୁ ଭାରତୀୟ ଆଥଲେଟିକ୍ସ ଫେଡେରେସନ ପକ୍ଷରୁ ଟ୍ବଟ୍ କରାଯାଇଛି । ଆଇଏଏଫର ଏହି ଟ୍ବିଟ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି ।
ଫଟୋ ସୌଜନ୍ୟ: ଟ୍ବିଟର@afiindia
ସେହିପରି ଶ୍ରୀଲଙ୍କା 14 ସ୍ବର୍ଣ୍ଣ ପଦକ ସହ ଶୀର୍ଷରେ ରହିଛି । ଶ୍ରୀଲଙ୍କା 14ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଓ 8ଟି ବ୍ରୋଞ୍ଜ ସହ ମୋଟ 34 ପଦକ ହାସଲ କରିଛି । ଶନିବାର ଭାରତୀୟ ଆଥ୍ଲେଟ ସ୍ବର୍ଣ୍ଣ ପଦକ ବିନା ମୋଟ 8ଟି ପଦକ ଜିତିଛନ୍ତି । ମାତ୍ର ଶ୍ରୀଲଙ୍କା ଶନିବାର ମୋଟ 5ଟି ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ।
ଜାଭେଲିନ ଥ୍ରୋରେ ପାକିସ୍ତାନ ଆଥଲେଟ୍ ସ୍ବର୍ଣ୍ଣ ପଦକ ହାତେଇବା ପରେ ଭାରତ ସ୍ବର୍ଣ୍ଣ ପଦକ ଶୂନ୍ୟ ରହିଛି । ତେବେ ଏହାକୁ ଭାରତୀୟ ଆଥଲେଟିକ୍ସ ଫେଡେରେସନ(ଆଇଏଏଫ) ପକ୍ଷରୁ ଟ୍ବିଟ କରାଯାଇଛି । ଆଇଏଏଫ୍ର ଏହି ଟ୍ବିଟକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି ।
Last Updated : Dec 8, 2019, 6:03 AM IST