ଓଡିଶା

odisha

By

Published : Jul 27, 2022, 8:42 PM IST

ETV Bharat / sports

SAFF Championship: ଭାରତକୁ 2-1 ଗୋଲରେ ମାତ ଦେଲା ବାଂଲାଦେଶ

ଘରୋଇ ଭାରତକୁ 2-1 ଗୋଲରେ ମାତ ଦେଲା ଅତିଥି ଦଳ ବାଂଲାଦେଶ । ଭାରତ ଓ ବାଂଲାଦେଶ ମଧ୍ୟରେ କଡା ମୁକାବିଲା କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା । ଅଧିକ ପଢନ୍ତୁ

ସାଫ ଚମ୍ପିଆନସିପ : ଫାଷ୍ଟ ହାଫ ସୁଦ୍ଧା ବାଂଲାଦେଶ 2-1 ଗୋଲରେ ଆଗୁଆ
ସାଫ ଚମ୍ପିଆନସିପ : ଫାଷ୍ଟ ହାଫ ସୁଦ୍ଧା ବାଂଲାଦେଶ 2-1 ଗୋଲରେ ଆଗୁଆ

ଭୁବନେଶ୍ୱର: ଘରୋଇ ଭାରତକୁ 2-1 ଗୋଲରେ ମାତ ଦେଲା ଅତିଥି ଦଳ ବାଂଲାଦେଶ । ଭାରତ ଓ ବାଂଲାଦେଶ ମଧ୍ୟରେ କଡା ମୁକାବିଲା କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା । ପୁରୁଷ 20 ବର୍ଷରୁ କମ ସାଉଥ ଏସିଆ ଫୁଟବଲ ଫେଡେରେସନ (ସାଫ) ଚମ୍ପିଆନସିପରେ ଘରୋଇ ଭାରତ ଓ ବାଂଲାଦେଶ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ।

SAFF Championship: ଭାରତକୁ 2-1 ଗୋଲରେ ମାତ ଦେଲା ବାଂଲାଦେଶ

ଫାଷ୍ଟ ହାଫ ସୁଦ୍ଧା ବାଂଲାଦେଶ 2-1 ଗୋଲରେ ଆଗୁଆ ରହିଥିଲା । ପ୍ରଥମେ ବାଂଲାଦେଶ ପ୍ରଥମ ଗୋଲ ଦେଇ ଭାରତ ଉପରେ ଚାପ ପକେଇଥିଲା ହେଲେ ହେଲେ ଏହାର କିଛି ସମୟ ପରେ ଭାରତ କମ ବ୍ୟାକ କରି ଏକ ଗୋଲ ସ୍କୋର କରି 1-1 ରେ ମ୍ୟାଚକୁ ସମାନ ସ୍ଥିତିକୁ ନେଇଆସିଥିଲା । ପରେ ଫାଷ୍ଟ ହାଫ ଶେଷ ସମୟ ବେଳକୁ ବାଂଲାଦେଶ ଆଉ ଏକ ଗୋଲ ଦେଇ 2-1 ରେ ଆଗୁଆ ରହିଥିଲେ । ପରେ ଏହି ସମାନ ସ୍କୋରେ ବାଂଲାଦେଶ ବିଜୟୀ ହୋଇଛି ।

ଫୁଟବଲ ମ୍ୟାଚ ଦେଖିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କ୍ରୀଡା ବିଭାଗ । ସ୍ବତନ୍ତ୍ର ବସ ଯୋଗେ କିଛି ବିଧାୟକ ଆସି କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଫୁଟବଲ ମ୍ୟାଚକୁ ଉପଭୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details