ଓଡିଶା

odisha

ETV Bharat / sports

SAFF Championship 2023: ଆଜି ଭାରତ-କୁଏତ ଫାଇନାଲ ଫାଇଟ, ନବମ ଟାଇଟଲ ଲକ୍ଷ୍ୟରେ ଭାରତ - ସାଫ ଚମ୍ପିଆନସିପ ଫାଇନାଲ

ଜୁନ 21 ତାରିଖରୁ ବେଙ୍ଗାଲୁରୁର ଶ୍ରୀକାନ୍ତୀରବି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସାଫ ଫୁଟବଲ ଚମ୍ପିଆନସିପରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଭାରତ ଓ କୁଏତ । ଅଧିକ ପଢନ୍ତୁ

SAFF Championship 2023
ଆଜି ଭାରତ-କୁଏତ ଫାଇନାଲ ଫାଇଟ

By

Published : Jul 4, 2023, 8:33 AM IST

ବେଙ୍ଗାଲୁରୁ: ଫୁଟବଲ ପ୍ରେମୀ ପ୍ରସ୍ତୁତ ହୋଇ ଯାଆନ୍ତୁ । ଚିୟରଅଫରେ କମ୍ପିବ ଶ୍ରୀକାନ୍ତୀରବି ଷ୍ଟାଡିୟମ କାରଣ ସାଫ ଫୁଟବଲ ଚମ୍ପିଆନସିପ ଚଳିତ 14ତମ ସଂସ୍କରଣରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଟାଇଟଲ ଟକ୍କରରେ ଭାରତ କୁଏତ ମଧ୍ୟରେ ହେବ ଫାଇଟ । 8ଥର ସାଫ ଚମ୍ପିଆନ ହୋଇଥିବା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ କୁଏତକୁ ହରାଇ ନବମ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ସନ୍ଧ୍ୟା 7ଟା 30ରେ ଖେଳାଯିବ ଫାଇନାଲ ମ୍ୟାଚ ।

ଭାରତ ବନାମ କୁଏତ:ଲିଗ ମ୍ୟାଚରେ ଭାରତ ଓ କୁଏତ ମଧ୍ୟରେ ହୋଇଥିବା ମୁକାବିଲା 1-1 ଗୋଲରେ ଡ୍ର ହୋଇଥିଲା । ଏହି ଚମ୍ପିଆନସିପରେ କୁଏତ ଅତିଥି ଦଳ ଭାବେ ସାମିଲ ହୋଇଥିଲା । ଫୁଟବଲ ଇତିହାସରେ ପଞ୍ଚମ ଥର କୁଏତକୁ ଭେଟିବାକୁ ଯାଉଛି ଭାରତ । ପୂର୍ବରୁ ଖେଳାଯାଇଥିବା 4ଟି ମ୍ୟାଚରୁ ଭାରତ ଗୋଟିଏ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଥିଲା ଓ 2ଟି ମ୍ୟାଚ ଡ୍ର ରହିଥିଲା । କୁଏତ ଏକ ଟାଣୁଆ ଦଳ । ଗ୍ରୁପ ପର୍ଯ୍ୟାୟରେ କୁଏତ ବିପକ୍ଷ ମ୍ୟାଚ 1-1ରେ ଅମୀମାସିଂତ ରହିଥିଲା । ଦୁଇଦଳ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଆଜି ଫାଇନାଲରେ ମଧ୍ୟ କଡା ଫାଇଟ ହେବ । ଭାରତ ନବମ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଘରୋଇ ଦଳକୁ କଡ୍ଡା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି କୁଏତ ।

ଏହା ବି ପଢନ୍ତୁ...SAFF Championship: ଲେବାନନକୁ ହରାଇ ଫାଇନାଲରେ ଭାରତ, କୁଏତ ବିପକ୍ଷରେ ଫାଇନାଲ ଫାଇଟ

ସାଫ ଚମ୍ପିଆନସିପ ଗ୍ରୁପ-ଏରେ ଭାରତ, କୁଏତ, ପାକିସ୍ତାନ, ଓ ନେପାଳ ରହିଥିଲେ । ଫାଇନାଲ ପାଇଁ ଭାରତ ଓ କୁଏତ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତ ଚତୁର୍ଥ ଥର ପାଇଁ ସାଫ ଚମ୍ପିଆନସିପ ଆୟୋଜନ କରିଛି । ଡିଫେଣ୍ଡିଂ ଚମ୍ପିଆନ ଭାରତ ମୋଟ 8ଥର ସାଫ୍‌ ଚମ୍ପିଆନସିପ ଟାଇଟଲ ଜିତିଛି । 1993, 1997, 1999, 2005, 2009, 2011, 2015 ଓ 2021ରେ ଭାରତ ବିଜୟୀ ହୋଇଥିଲା । ଫିଫା ମାନ୍ୟତାରେ ଭାରତ 100ତମ ସ୍ଥାନରେ ରହିଛି । କୁଏତ 141ତମ ସ୍ଥାନରେ ରହିଛି । ଆଜିର ଫାଇନାଲ ମୁକାବିଲା ଜିତି ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...SAFF Championship: ନେପାଳକୁ ହରାଇ ସେମିଫାଇନାଲରେ ଭାରତ

ଫୁଲ ଫର୍ମରେ ଅଛନ୍ତି ସୁନୀଲ ଛେତ୍ରୀ:ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଚମ୍ପିଆନସିପ ହେଉ କି ସାଫ ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ ଭଲ ଫର୍ମରେ ରହିଛନ୍ତି । ସାଫ ଚମ୍ପିଆନସିପ ପ୍ରତିଟି ଲିଗ ମ୍ୟାଚରେ ସୁନୀଲଙ୍କ ନାମରେ ଗୋଲ ରହିଛି । ଦଳର ଦୃଢ ନେତୃତ୍ବ ନେବା ସହ ଜବରଦସ୍ତ ଫର୍ମ ସହ ଦଳକୁ ଗୋଟିଏ ଗୋଟିଏ ମ୍ୟାଚ ଜିତାଇ ଚାଲିଛନ୍ତି । ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ, ନେପାଳ ଓ କୁଏତ ବିପକ୍ଷରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଭାରତରୁ ଫାଇନାଲରେ ପହଞ୍ଚାଇଛନ୍ତି ଛେତ୍ରୀ । ଆଜି ଫାଇନାଲରେ ତାଙ୍କ ଉପରେ ନଜର ରହିବ ।

ଜୁନ 21 ତାରିଖରୁ ବେଙ୍ଗାଲୁରୁର ଶ୍ରୀକାନ୍ତୀରବି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସାଉଥ ଏସିଆନ ଫୁଟବଲ ଫେଡେରେସନ ଚମ୍ପିଆନସପିରେ ଭାରତ ତାର ପ୍ରଥମ ମ୍ୟାଚରେ ପାକିସ୍ତାନକୁ 4-0 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ନେପାଳକୁ 2-0 ଗୋଲରେ ହରାଇଥିଲା । ତୃତୀୟ ମ୍ୟାଚ କୁଏତ ବିପକ୍ଷରେ ଖେଳିଥିଲା ତାହା 1-1ରେ ଡ୍ର ହୋଇଥିଲା । ସେମିଫାଇନାଲରେ ଲେବାନନକୁ 4-2 ପେନାଲ୍ଟି ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ଆଜି ଫାଇନାଲ ମ୍ୟାଚରେ କୁଏତକୁ ହରାଇ ନବମ ଥର ଟାଇଟଲ ନାମରେ କରିବାକୁ ଲକ୍ଷ୍ୟ ରଥିଛି ଭାରତ । ନିକଟ ଅତୀତରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଚମ୍ପିଆନସପିରେ ଭାରତ ଲେବାନନକୁ ହରାଇ ଚମ୍ପିଆନ ହୋଇଥିଲା ।

ABOUT THE AUTHOR

...view details