ଓଡିଶା

odisha

By

Published : Feb 1, 2020, 8:02 PM IST

Updated : Feb 2, 2020, 11:59 AM IST

ETV Bharat / sports

କ୍ରୀଡା ବଜେଟ 2020-21: 2826.92 କୋଟି ବ୍ୟୟବରାଦ

2020-21 ଆର୍ଥିକ ବର୍ଷ ପାଇଁ ଭାରତ ସରକାର ଆର୍ଥିକ ବଜେଟ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଥିଲେ । 2020-21 ବର୍ଷରେ କ୍ରୀଡା ବଜେଟ 2826.92 କୋଟି ଟଙ୍କା ରହିଛି । ପୂର୍ବ 2019-20 ବଜେଟ ଅପେକ୍ଷା ଏହି ଚଳିତ ଥର 50 କୋଟି ଅଧିକ ଅର୍ଥରାଶି ବ୍ୟୟବରାଦ ହୋଇଛି । ଅଧିକ ପଢନ୍ତୁ...

national sports budget
କ୍ରୀଡା ବଜେଟ

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷ ପାଇଁ ଭାରତ ସରକାର ଆର୍ଥିକ ବଜେଟ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଥିଲେ । 2020-21 ବର୍ଷରେ କ୍ରୀଡା ବଜେଟ 2826.92 କୋଟି ଟଙ୍କା ରହିଛି। ପୂର୍ବ 2019-20 ବଜେଟ ଅପେକ୍ଷା ଏହା ଚଳିତ ଥର 50 କୋଟି ଅଧିକ ଅର୍ଥରାଶି ବ୍ୟୟବରାଦ ହୋଇଛି ।

ଖେଲୋ ଇଣ୍ଡିଆ

ଭାରତ ସରକାର ତୃଣମୂଳସ୍ତରରୁ କ୍ରୀଡାର ବିକାଶ ପାଇଁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଛନ୍ତି । ମୋଟ 291.42 କୋଟି ଟଙ୍କା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ହୋଇଛି । ଫଳରେ ଅନ୍ୟ ବିଭାଗରେ ଖର୍ଚ୍ଚ କମ ପାଇଁ ପ୍ରସ୍ତାବ ରଖାଯାଇଛି ।

କ୍ରୀଡା ବଜେଟ

ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନରେ ସର୍ବାଧିକ ବ୍ୟୟବରାଦ କମ କରାଯାଇଛି । 2019-20 ବଜେଟରେ 300.85 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ମାତ୍ର ଚଳିତ ଥର ଏହାକୁ 245.00 କୋଟିକୁ କମାଯାଇଛି। ଯାହାକି ପୂର୍ବ ବର୍ଷର ବ୍ୟୟବରାଦରୁ 55 କୋଟି କମ।

କ୍ରୀଡାବିତଙ୍କ ଭତ୍ତାରେ କମ ଅର୍ଥରାଶି କମ କରାଯାଇଛି । 111.00 କୋଟିରୁ କମ କରାଯାଇ 70.00 କୋଟି ରଖାଯାଇଛି। ନ୍ୟାସନାଲ ସ୍ପୋର୍ଟ୍ସ ଡେଭେଲଫମେଣ୍ଟ ଫଣ୍ଡରେ ମଧ୍ୟ ଖର୍ଚ୍ଚଦାବିକୁ କମ କରାଯାଇଛି । ପୂର୍ବରୁ ଏହା 77.15 କୋଟି ଥିବାବେଳେ, ଚଳିତ ଥର 50.00 କୋଟି କରାଯାଇଛି ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI)ର ବାର୍ଷିକ ଅର୍ଥରାଶିରେ କମ କରାଯାଇଛି । 615.00 କୋଟି ପରିବର୍ତ୍ତେ 500.00 କୋଟି ରଖାଯାଇଛି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଜାତୀୟ କ୍ରୀଡା ଶିବିର, କ୍ରୀଡାଭିତ୍ତିଭୂମି, ସରଞ୍ଜାମ ସହ କ୍ରୀଡାବିତଙ୍କ ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ନେଇ କାର୍ଯ୍ୟ କରିଥାଏ ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ

2010 ରାଜ୍ୟଗୋଷ୍ଠୀ କ୍ରୀଡା ହୋଇଥିବା SAI ଷ୍ଟାଡିୟମର ମରାମତି ପାଇଁ 75.00 କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।ପୂର୍ବ ବଜେଟରେ ଏହା 96.00 କୋଟି ଟଙ୍କା ରହିଥିଲା ।

କ୍ରୀଡାବିତଙ୍କ ପାଇଁ ଜାତୀୟ ୱେଲଫେୟାର ଫଣ୍ଡ 2.00 କୋଟି ଟଙ୍କା ସହ ଅପରିବର୍ତ୍ତିତ ରହିଛି। ଜାମ୍ମୁକାଶ୍ମୀରରେ କ୍ରୀଡା ପ୍ରୋତ୍ସାହନ ପାଇଁ ପୂର୍ବରୁ ଥିବା 50.00 କୋଟିର ବ୍ୟୟବରାଦରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଲକ୍ଷ୍ମୀବାଇ ଜାତୀୟ ଶାରିରୀକ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ପୂର୍ବ ବଜେଟ ଅପେକ୍ଷା 5.00 କୋଟି ଟଙ୍କାର ବୃଦ୍ଧି କରାଯାଇଛି । ପୂର୍ବରୁ ଏହା 50.00 କୋଟି ଥିବାବେଳେ ଚଳିତ ଥର ଏହାକୁ 55.00 କୋଟି ଟଙ୍କା କରାଯାଇଛି । ତେବେ 2019-20 ଆର୍ଥିକ ବର୍ଷରେ କ୍ରୀଡା ବଜେଟ 2216.92 କୋଟି ଟଙ୍କା ରହିଥିଲା । ପରେ ଏଥିରେ ବୃଦ୍ଧି କରାଯାଇ 2777.92 କୋଟି କରାଯାଇଥିଲା ।

Last Updated : Feb 2, 2020, 11:59 AM IST

ABOUT THE AUTHOR

...view details