ଟୋକିଓ:ଗୋଟିଏ ମାସ ଘୁଞ୍ଚିଲା ଟୋକିଓ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ । ମାର୍ଚ୍ଚ 4ରେ ହେବାକୁ ଥିବା ଏହି ଇଭେଣ୍ଟ 3ରେ ଏପ୍ରିଲରେ ହେବାନେଇ ପୁନଃ ନିର୍ଧାରିତ ହୋଇଛି । ଏନେଇ ଆୟୋଜକ କମିଟି ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।
ଟୋକିଓ ଅଲମ୍ପିକ୍ସ ପାଇଁ ଆଟିଷ୍ଟିକ ସୁଇମିଂ ଇଭେଣ୍ଟର ଚୁଡାନ୍ତ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମରୁ ମାର୍ଚ୍ଚ 4ରୁ 7 ମଧ୍ୟରେ ହେବାନେଇ ସୂଚୀ ରହିଥିଲା । ମାତ୍ର ଟୋକିଓ ସମେତ ସଂପୂର୍ଣ୍ଣ ଜାପାନରେ ଯାତ୍ରା ଜନିତ କଟକଣା ଯୋଗୁଁ ସୂଚୀରେ ପରିବର୍ତ୍ତନ କରାଯାଇ ମେ1 ରୁ 4କୁ ଘୁଞ୍ଚାଇ ଦିଆଯାଇଛି ।