ଓଡିଶା

odisha

ETV Bharat / sports

ମୁଁ ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରସ୍ତୁତ, ଯଦି ଭିନେଶ ଓ ବଜରଙ୍ଗଙ୍କ ହେବ: ବ୍ରିଜଭୂଷଣ - ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା

ଯଦି ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ପଲିଗ୍ରାଫ ଟେଷ୍ଟ ହୁଏ ତେବେ ମୁଁ ମଧ୍ୟ ଏହି ଟେଷ୍ଟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବ୍ରିଜଭୂଷଣ । ଅଧିକ ପଢନ୍ତୁ

brij bhushan ready for polygraph test
brij bhushan ready for polygraph test

By

Published : May 22, 2023, 7:41 AM IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତିସଙ୍ଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭଯୋଗ ଆଣି ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । ଦିଲ୍ଲୀର ଜନ୍ତରମନ୍ତରରେ ଧାରଣାକୁ ଏ ମଧ୍ୟରେ 29 ଦିନ ପୁରିଥିବା ବେଳେ ବ୍ରିଜଭୂଷଣଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି କୁସ୍ତିଯୋଦ୍ଧା । ଏହାରି ମଧ୍ୟରେ ରବିବାର ବ୍ରିଜଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି । ଯଦି ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ପଲିଗ୍ରାଫ ଟେଷ୍ଟ ହୁଏ ତେବେ ମୁଁ ମଧ୍ୟ ଏହି ଟେଷ୍ଟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବ୍ରିଜଭୂଷଣ ।

ସେ ଟ୍ବିଟ କରି କହିଛନ୍ତି ଯେ, ''ମୁଁ ନାର୍କୋ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ କିମ୍ବା ଲାଏ ଡିଟେକ୍ଟର ପରୀକ୍ଷା ପାଇଁ ପ୍ରସ୍ତୁତ ଅଛି । ଯଦି କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ସମାନ ପରୀକ୍ଷା କରାଯାଏ ।'' ଏହାପୂର୍ବରୁ ବିଜେପି ସାଂସଦ ବ୍ରିଜଭୂଷଣ କହିଥିଲେ ଯେ, ସେ 2014ରେ ରାଜନୀତିରୁ ଅବସର ନେବାକୁ ଚାହୁଁଥିଲେ । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ସେ ରାଜନୀତିରେ ସକ୍ରିୟ ରହିଛନ୍ତି ।''

ରବିବାର ବିଜେପି ସାଂସଦ ବ୍ରିଜଭୂଷଣ ଦିଲ୍ଲୀରୁ ଗୋଣ୍ଡାରେ ପହଞ୍ଚିବା ପରେ ନିଜ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜନସାଧାରଣଙ୍କୁ ଭେଟିଥିଲେ । ଆସନ୍ତା ଜୁନ 5ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଚେତନା ମହାରାଲି ପାଇଁ ସେ ଲୋକଙ୍କ ସମର୍ଥନ ଲୋଡିଥିଲେ । ଏହି ସମୟରେ ସେ କହିଥିଲେ,''ମୁଁ 2014ରେ ରାଜନୀତିରୁ ଅବସର ନେବାକୁ ଚାହୁଁଥିଲି । କିନ୍ତୁ 2014 ଲୋକସଭା ନିର୍ବାଚନ ସମୟରେ ଅମିତ ଶାହ ମୋତେ ତାହା କରିବାକୁ ଦେଇନଥିଲେ। ''

ଏହାପରେ କୁସ୍ତିଯୋଦ୍ଧା ମାନେ ତାଙ୍କ ଉପରେ ଆଣିଥିବା ଅଭିଯୋଗକୁ ନେଇ ସେ କହିଥିଲେ,''ଯଦି ମିଛ କହିବାକୁ ଥରେ ନିଷ୍ପତ୍ତି ନେଇଛି ସେମାନେ ମିଛ କହିପାରିବେ ।'' ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ ଏବଂ ସାକ୍ସି ମଲିକଙ୍କ ସମେତ ବହୁ କୁସ୍ତିଯୋଦ୍ଧା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ମାନେ ଧାରଣା ଜାରି ରଖିଛନ୍ତି । ଏବେ 29 ଦିନରେ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଧାରଣା।

ଗତ କିଛିଦିନ ତଳେ ଆନ୍ଦୋଳନ ବନ୍ଦ କରିବା ସହ ଆଇନ ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ପାଇଁ ଧାରଣାରତ କୁସ୍ତିଯୋଦ୍ଧାଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । କ୍ରୀଡ଼ାବିତ୍‌ମାନଙ୍କ ପାଇଁ ବିଚାର ଆରମ୍ଭ ହୋଇଛି । ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବା ପାଇଁ ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏସନ୍‌ ଦ୍ବାରା ଗୋଟିଏ ଆଡ୍‌-ହକ୍‌ କମିଟି ଗଠନ କରାଯାଇଛି । ତେଣୁ ଖେଳାଳୀ ମାନେ ଆଇନ ଶୃଙ୍ଖଳା ପ୍ରତି ଭରସା ରଖିବା ସହ ପ୍ରତିବାଦ ଅବସାନ କରିବା ଉଚିତ୍‌ ବୋଲି କହିଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ।

ABOUT THE AUTHOR

...view details