ଓଡିଶା

odisha

ETV Bharat / sports

Australian Open: ଇତିହାସ ରଚିଲେ ରାଫେଲ ନାଦାଲ - ଇତିହାସ ରଚିଲେ ରାଫେଲ ନାଦାଲ

ଅଷ୍ଟ୍ରେଲିଆନ ଓପନ ଟାଇଟେଲ ସହ ଇତିହାସ ରଚିଲେ ଟେନିସ ସୁପରଷ୍ଟାର ରାଫେଲ ନାଦାଲ । ୨୧ଟି ଗ୍ରାଣ୍ଡସ୍ଲାମ ଜିତିବାରେ ବିଶ୍ବର ପ୍ରଥମ ଖେଳାଳି । ଅଧିକ ପଢନ୍ତୁ

Rafael Nadal becomes first man to win 21 Grand Slams, defeats Medvedev in thrilling Australian Open final
Australian Open: ଇତିହାସ ରଚିଲେ ରାଫେଲ ନାଦାଲ

By

Published : Jan 30, 2022, 8:25 PM IST

ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ):ଇତିହାସ ରଚିଲେ ଟେନିସ ସୁପରଷ୍ଟାର ରାଫେଲ ନାଦାଲ । ୨୧ଟି ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି ନାଦାଲ । ପ୍ରଥମ ଦୁଇଟି ସେଟ୍‌ରେ ପରାଜୟ ସତ୍ତ୍ବେ ଅବିଶ୍ବସନୀୟ ପ୍ରଦର୍ଶନ ସହ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଛନ୍ତି ସ୍ପାନିସ ଟେନିସ ଷ୍ଟାର ।

ବିଶ୍ବ ଟେନିସ ମାନ୍ୟତା ନମ୍ବର ୨ ଖେଳାଳି ଡାନିଲ ମେଡେଭେଡେବଙ୍କୁ ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ୨-୬, ୬-୭(୫), ୬-୪, ୭-୫ ସେଟ୍‌ରେ ହରାଇ ନୂଆ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ବିଶ୍ବ ଟେନିସର ଦୁଇ ଶ୍ରେଷ୍ଠ ସେନିସ ଷ୍ଟାରଙ୍କ ମଧ୍ୟରେ ଫାଇନାଲ ମୁକାବିଲା ୫ ଘଣ୍ଟା ୨୪ ମିନିଟ୍‌ ଧରି ଖେଳାଯାଇଥିଲା ।

ଏହାମଧ୍ୟ ପଢନ୍ତୁ:BWF ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗଲ୍ସରେ କିରଣ ଜର୍ଜ ଚାମ୍ପିୟନ

ଏହି ବିଜୟ ସହ ନାଦାଲ, ନୋଭାକ ଜୋକଭିକ ଓ ରୋଜର ଫେଡେରରଙ୍କୁ ପଛରେ ପକାଇ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ପୁରୁଷ ସିଙ୍ଗଲ୍ସ ଗ୍ରାଣ୍ଡ ସ୍ଲାମ ଟାଇଟେଲ ବିଜେତା ହୋଇଛନ୍ତି । ଅନ୍ୟପଟେ କଡା ଟକ୍କର ସତ୍ତ୍ବେ ମେଡେଭେଡେବ ଅଷ୍ଟ୍ରେଲିଆନ ଓପନ ୨୦୨୨ରେ ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି ।

ANI

ABOUT THE AUTHOR

...view details