ଓଡିଶା

odisha

ETV Bharat / sports

ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେନି ପିଭି ସିନ୍ଧୁ - ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେ ନାହିଁ ପିଭି ସିନ୍ଧୁ

ଆହତ ହୋଇଥିବା କାରଣରୁ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପରୁ ଓହରିଲେ ପିଭି ସିନ୍ଧୁ। ଅଧିକ ପଢନ୍ତୁ

ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେ ନାହିଁ ପିଭି ସିଦ୍ଧୁ
ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେ ନାହିଁ ପିଭି ସିଦ୍ଧୁ

By

Published : Aug 14, 2022, 8:08 AM IST

ହାଇଦ୍ରାବାଦ:ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ(BWF World Championships)ରେ ଭାଗ ନେବେନି ପିଭି ସିନ୍ଧୁ । ଆହତ ହୋଇଥିବା କାରଣରୁ ସେ ବିଶ୍ବ ଚାମ୍ପିଅନସିପରେ ଭାଗ ନେବେ ନାହିଁ । ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର କ୍ବାଟର ଫାଇନାଲରେ ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଥିବା କାରଣରୁ ସେ ଏପରି ନିଷ୍ପତ୍ତି ନେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେ ଟ୍ବିଟ କରି କହିଛନ୍ତି ଯେ,''ମୁଁ ରାଜ୍ୟ ରାଜ୍ୟଗୋଷ୍ଠୀ କ୍ରିଡାରେ ସ୍ବର୍ଣ୍ଣ ପଦୟ ବିଜୟୀ ହୋଇଛି । କିନ୍ତୁ ଦୁର୍ଭାଗ୍ୟ ବଶତଃ ମୋତେ ବିଶ୍ବ ଚାମ୍ପିଅନସିପରୁ ଓହରିବାକୁ ପଡୁଛି । ରାଜ୍ୟଗୋଷ୍ଠୀ କ୍ରୀଡାର କ୍ବାଟରଫାଇନାଲ ମ୍ୟାଚରେ ମୁଁ ଆହତ ହୋଇଥିଲି, କିନ୍ତୁ ମୋତେ ମୋ କୋଚ, ଫିଜିଓ ଓ ଟ୍ରେନରଙ୍କ ସପୋର୍ଟ ଯୋଗୁଁ ମୁଁ ଫାଇନାଲ ଖେଳିବାକୁ ସ୍ଥିର କଲି । ଫାଇନାଲ ଖେଳିବା ସମୟରେ ମୋ ଗୋଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲି । ତେଣୁ ଖେଳ ସରିବା ପରେ ମୁଁ ହାଇଦ୍ରାବାଦ ଫେରି ହସ୍ପିଟାଲରେ ଏମଆରଆଇ କରାଇଥିଲି । ସେଠାରେ ଡାକ୍ତର ମୋ ବାମ ଗୋଡ ଫ୍ୟାକ୍ଟର ହୋଇଥିବାରୁ ମୋତେ କିଛି ସପ୍ତାହ ବିଶ୍ରାମ ନେବାକୁ କହିଥିଲେ । ତେଣୁ କିଛି ସପ୍ତାହ ବିଶ୍ରାମ ପରେ ମୁଁ ଟ୍ରେନିଂକୁ ଫେରିବି ବୋଲି କହିଛନ୍ତି ସିନ୍ଧୁ । ମୋତେ ସପୋର୍ଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ''।

ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁ ବ୍ୟାଡମିଣ୍ଟନ୍‌ ଇଭେଣ୍ଟର ମହିଳା ବିଭାଗ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଫାଇନାଲ୍‌ ମ୍ୟାଚ୍‌ରେ ସେ କାନାଡାର ସଟ୍‌ଲର୍‌ଙ୍କୁ ଦୁଇଟି ସିଧା ସେଟ୍‌ରେ ପରାଜିତ କରିଥିଲେ । ଆସନ୍ତା ୨୧ରୁ ୨୮ ତାରିଖ ମଧ୍ୟରେ ଟୋକିଓରେ ବିଶ୍ବ ଚାମ୍ପିଅନସିପ ଅନୁଷ୍ଠିତ ହେବ ।

ABOUT THE AUTHOR

...view details