ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆନ ଓପନ: ବିଜୟରୁ ସିନ୍ଧୁ ଓ ସମୀରଙ୍କ ଅଭିଯାନ ଆରମ୍ଭ

ଭାରତୀୟ ଷ୍ଟାର ଶର୍ଟଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଅଷ୍ଟ୍ରେଲିଆ ଓପନରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ।

By

Published : Jun 5, 2019, 11:38 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ଶର୍ଟଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଅଷ୍ଟ୍ରେଲିଆନ ଓପନରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ୨୧-୧୪, ୨୧-୯ ଗେମ୍‌ରେ ଇଣ୍ଡୋନେସିଆର ଚୋଇରୁନ୍ନିସାଙ୍କୁ ଏକତରଫା ଭାବେ ହରାଇଛନ୍ତି ।

ସେହିପରି ପୁରୁଷ ସିଙ୍ଗଲ୍ସ ବର୍ଗରେ ୬ଷ୍ଠ ସିଡ୍‌ ସମୀର ୨୧-୧୫, ୧୬-୨୧, ୨୧-୧୨ ବ୍ୟବଧାନରେ ମାଲେସିଆର ଜି.ଲି. ଜିଆଙ୍କୁ ହରାଇଛନ୍ତି । ଅନ୍ୟପଟେ ପୂର୍ବତନ ସିଙ୍ଗାପୁର ଓପନ ଚମ୍ପିଆନ ବି. ସାଇ ପ୍ରଣୀଥ କୋରିଆର ଲି ଡଙ୍ଗ କେଉନଙ୍କୁ ୨୧-୧୬, ୨୧-୧୪ ଗେମ୍‌ରେ ହରାଇ ଦେଇଛନ୍ତି । ପ୍ରଣୀଥ ଦ୍ୱିତୀୟ ସିଡ୍‌ ଆନ୍ଥୋନୀ ସିନିସୁକା ଗିଣ୍ଟିଂଙ୍କ ସହ ମୁକାବିଲା କରିବେ ।

ସେହିପରି ଗୁରୁବାର ଦ୍ବିତୀୟ ରାଉଣ୍ଡରେ ଚାଇନିଜ୍‌ ତାଇପେର ଓ୍ବାଙ୍ଗ ଜୁ ଓ୍ବେଇଙ୍କ ସହ ମୁକାବିଲା କରିବେ ସୀମର । ଅନ୍ୟପଟେ ପରବର୍ତ୍ତୀ ମ୍ୟାଚ୍‌ରେ ଥାଇଲାଣ୍ଡର ନିଚାନ ଜିନ୍ଦପଲଙ୍କୁ ଭେଟିବେ ସିନ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details