ସୁଞ୍ଚେଓନ(ଦକ୍ଷିଣ ଆଫ୍ରିକା): କୋରିଆ ଓପନ ବ୍ୟାଡ୍ମିଣ୍ଟନ ଚମ୍ପିଆନସିପ ୨୦୨୨ରେ ଶନିବାର ଭାରତର ଅଭିଯାନ ଶେଷ ହୋଇଛି । ସ୍ଥାନୀୟ ପାଲମା ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଦେଶର ଶୀର୍ଷ ସର୍ଟଲର ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ପରାସ୍ତ ହୋଇଛନ୍ତି ।
୪୮ ମିନିଟ୍ ଧରି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ସେମିଫାଇନାଲ ମୁକାବିଲାରେ ସିନ୍ଧୁ ୧୪-୨୧, ୧୭-୨୧ ସିଧାସଳଖ ସେଟ୍ରେ ବିଶ୍ବ ନମ୍ବର ୧ ସେୟଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି । ପୂର୍ବତନ ବିଶ୍ବ ଚାମ୍ପିୟନ ସିନ୍ଧୁଙ୍କ ପାଇଁ ଏହା ଏକ ବଡ ଝଟ୍କା ହୋଇଛି । ୨୦ ବର୍ଷୀୟା ଦକ୍ଷିଣ କୋରିଆ ଯୁବ ସର୍ଟଲରଙ୍କ ବିପକ୍ଷରେ ଖେଳିଥିବା ଶେଷ ୩ଟି ମୁକାବିଲାରେ ସିନ୍ଧୁଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଶେଷଥର BWF ୱାର୍ଲ୍ଡ ଟୁର୍ ଫାଇନାଲ୍ସ ୨୦୨୧ରେ ଉଭୟ ସାମ୍ନାସାମ୍ନି ହୋଇଥିଲେ ଓ ସେୟଙ୍ଗ୍ଙ୍କ ଠାରୁ ସିନ୍ଧୁଙ୍କୁ ପରାଜିତ ହେବାକୁ ପଡିଥିଲା ।