ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ବିଶେଷ କରି ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିଛି । ଭାରୋତ୍ତୋଳିକା ପୂର୍ଣ୍ଣିମା ପାଣ୍ଡେ ପୋଡିୟମ ଫିନିଶ କରିବାରେ ସଫଳ ହୋଇଛନ୍ତି । ମହିଳା 87 କିଲୋ ଭାରରେ ପୂର୍ଣ୍ଣିମା ମୋଟ 228 କିଲୋ ଉଠାଇ ଷଷ୍ଠ ସ୍ଥାନରେ ରହିଛନ୍ତି ।
ସେ ସ୍ନାଚରେ 103 କିଗ୍ରା ଏବଂ କ୍ଲିନ ଆଣ୍ଡ ଜର୍କରେ 125 କିଲୋ ଉଠାଇବାରେ ସଫଳ ହୋଇଛନ୍ତି । କ୍ଲିନ ଆଣ୍ଡ ଜର୍କରେ ସେ ପ୍ରଥମ ପ୍ରୟାସରେ 125 କିଲୋ ଉଠାଇଥିଲେ । 2ୟ ଓ 3ୟ ପ୍ରୟାସରେ 133 କିଗ୍ରା ଉଠାଇ ପାରି ନଥିଲେ। ଇଂଲଣ୍ଡର ଏମିଲି କେମ୍ପବେଲ 286 କିଗ୍ରା ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଷ୍ଟୋବର୍ସ କୁଲ 286 ଭାର ଉଠାଇ ରୌପ୍ୟ ଓ ଅଷ୍ଟ୍ରେଲିଆର କେରିସ୍ମା ଅମୋଏ କାଂସ୍ୟ ପଦକ ଜିତିଛନ୍ତି ।