ଚଣ୍ଡିଗଡ: ଭାରତ ଆୟୋଜନ କରିବାକୁ ଯାଉଛି କବାଡି ବିଶ୍ବକପ୍-2019 । ଏହି ବିଗ୍ ଇଭେଣ୍ଟକୁ ପଞ୍ଜାବ ସରକାର ଆୟୋଜିତ କରିବ । ଆଗାମୀ ଡିସେମ୍ବର-1ରୁ ଆରମ୍ଭ ହୋଇଯିବ ଏହି କବାଡି ମହାକୁମ୍ଭ । ଏହାର ସୂଚନା ପଞ୍ଜାବ ରାଜ୍ୟର କ୍ରୀଡା ମନ୍ତ୍ରୀ ରାଣା ଗୁରମିତ ସିଂ ସୋଢୀ ଦେଇଛନ୍ତି ।
ଭାରତରେ କବାଡି ମହାକୁମ୍ଭ, 1 ଡିସେମ୍ବରରେ ଉଦ୍ଘାଟନୀ ଉତ୍ସବ - କବାଡି ନ୍ୟୁଜ
ଡିସେମ୍ବର ପହିଲାରୁ ଆରମ୍ଭ ହେବ କବାଡି ବିଶ୍ବକପ୍-2019 । ଏହି କବାଡି ମହାକୁମ୍ଭରେ 9ଟି ଦେଶ ଅଂଶ ଗ୍ରହଣ କରିବେ । ମାତ୍ର କାନାଡା ଓ ପାକିସ୍ତାନ ଟିମ୍କୁ ଏଯାଏଁ ଭାରତ ସରକାର ପକ୍ଷରୁ ଏନଓସି ମିଳି ନାହିଁ ।

kabaddi
ଏହି କବାଡି ମହାକୁମ୍ଭରେ 9ଟି ଦେଶ ଅଂଶ ଗ୍ରହଣ କରିବେ । 9ଟି ଦେଶ ମଧ୍ୟରେ ଆୟୋଜକ ଦଳ ଭାରତ, ୟୁଏସଏ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, କେନିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ କାନାଡା ଅଂଶଗ୍ରହଣ କରିବେ । ମାତ୍ର କାନାଡା ଓ ପାକିସ୍ତାନ ଟିମ୍କୁ ଏଯାଏଁ ଭାରତ ସରକାର ପକ୍ଷରୁ ଏନଓସି ମିଳିନାହିଁ ।
ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ଆଗାମୀ 1 ଡିସେମ୍ବରରେ ସୁଲତାନପୁରୀ ଲୋଧିର ଗୁରୁନାନକ ଷ୍ଟାଡିୟମରେ ହେବ । ଏହି ଦିନ 4ଟି ମୁକାବିଲା ଖେଳାଯିବ ।
ତେବେ ଉଦ୍ଯାପନୀ ସମାରୋହ ଡେରା ବାବା ନାନକର ସହିଦ ଭଗତ ସିଂ ଷ୍ଟାଡିୟମରେ ଖେଳାଯିବ ।