ଓଡିଶା

odisha

ETV Bharat / sports

ପଞ୍ଚମ୍ୟାନ ସତ୍ୟପୀରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - guinness world record

ଗୋଟିଏ ହାତରେ ଗୋଟିଏ ମିନିଟରେ 393 ଥର ପଞ୍ଚ ମାରି ଓ୍ବାର୍ଲ୍ଡ ରେକର୍ଡ କରିଛନ୍ତି । ପେଶାରେ ଡାକ୍ତର ହେଲେ ନିଶାରେ ପଞ୍ଚମ୍ୟାନ । ପ୍ରତିଭାସମ୍ପନ୍ନ ଯୁବ ଡାକ୍ତର ସତ୍ୟପୀର ପ୍ରଧାନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ଦେଖନ୍ତୁ...

punch man

By

Published : Oct 15, 2019, 8:47 PM IST

Updated : Oct 16, 2019, 2:46 PM IST

ଭୁବନେଶ୍ବର: ଓଡିଶାର ପଞ୍ଚମ୍ୟାନ ସତ୍ୟପୀର ପ୍ରଧାନଙ୍କୁ ମିଳିଲା କରମବୀର ଚକ୍ର ସମ୍ନାନ। ପେଶାରେ ଡାକ୍ତର ହେଲେ ନିଶା କିଛି ଭିନ୍ନ । ସେହି ଲକ୍ଷ୍ୟରେ ଡାକ୍ତର ସତ୍ୟପୀର ଗୋଟିଏ ହାତରେ ଗୋଟିଏ ମିନିଟରେ 393 ଥର ପଞ୍ଚ ମାରି 2017 ମସିହାରେ ରେକର୍ଡ ସୃଷ୍ଟି କରିଥିଲେ । ସେ ପାକିସ୍ତାନର ମହମ୍ମଦ ରାସିଦଙ୍କ ରେକର୍ଡକୁ ଭାଙ୍ଗି ଗିନିଜ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲେ ।

ପଞ୍ଚମ୍ୟାନ ସତ୍ୟପୀର ପ୍ରଧାନଙ୍କୁ କରମବୀର ଚକ୍ର ସମ୍ନାନ

ଗତ ଦୁଇ ଦିନ ତଳେ ଡାକ୍ତର ସତ୍ୟପୀରଙ୍କୁ ଦିଲ୍ଲୀସ୍ଥିତ ଆଇଆଇଟିରେ କରମବୀର ଚକ୍ର ପୁରସ୍କାରରେ ସମ୍ମାନୀତ କରାଯାଇଛି । ଡାକ୍ତର ସତ୍ୟପୀର ପ୍ରଧାନ ଆଗକୁ ଆହୁରି ଅନେକ ବିରଳ ରେକର୍ଡ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି।

ସେ ଗିନିଜ ୱାର୍ଲ୍ଡ ରେକର୍ଡକୁ ପସନ୍ଦ କରନ୍ତି । ଏଥିସହ ସେ କହିଛନ୍ତି ଯେ, ଯେଉଁମାନେ ଦକ୍ଷତାସମ୍ପନ୍ନ, ସେମାନେ ଯଦି ୱାର୍ଲ୍ଡ ରେକର୍ଡ କରିବାକୁ ଚାହୁଁଛନ୍ତି ମୁଁ ତାଙ୍କୁ ନିହାତି ସାହାଯ୍ୟ କରିବି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Oct 16, 2019, 2:46 PM IST

ABOUT THE AUTHOR

...view details