କୋଝିକୋଡ୍: ପ୍ରଖ୍ୟାତ କୋଚ୍ ତଥା ଅଲମ୍ପିଆନ ପିଟି ଉଷାଙ୍କ ପୂର୍ବତନ ଟ୍ରେନର ଓ ଏମ ନାମ୍ବିଆରଙ୍କ ଦେହାନ୍ତ । ଗୁରୁବାର ସନ୍ଧ୍ୟାରେ ନିଜ କୋଝିକୋଡ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।
ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପିଟି ଉଷାଙ୍କ ଚମତ୍କାର ପ୍ରଦର୍ଶନ ପରେ କୋଚ୍ ଓ ଏମ ନାମ୍ବିଆର ଚର୍ଚ୍ଚାକୁ ଆସିଥିଲେ । ନାମ୍ବିଆରଙ୍କ ଟେକ୍ନିକାଲ ବିଶ୍ଲେଷଣର ବିଚକ୍ଷଣ ପ୍ରତିଭା ଓ ନିରନ୍ତର ପ୍ରେରଣା ପିଟି ଉଷାଙ୍କ ଅନ୍ତର୍ଜାତୀୟ ଆଥଲେଟିକ୍ସର ସଫଳତାର କାରଣ ବୋଲି କୁହାଯାଏ ।