ଓଡିଶା

odisha

ETV Bharat / sports

Pro Kabbadi League: ୨୨ରୁ ଆରମ୍ଭ ହେବ ଅଷ୍ଟମ ସଂସ୍କରଣ - ଡିସେମ୍ବର ୨୨ରୁ ଆରମ୍ଭ ହେବ ପ୍ରୋ କବାଡ଼ି ଲିଗ୍‌

ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବ ପ୍ରୋ କବାଡ଼ି ଲିଗ୍‌ର ଅଷ୍ଟମ ସଂସ୍କରଣ । ଏହାକୁ ନେଇ ବୁଧବାର ପ୍ରୋ କବାଡ଼ି ଲିଗ୍‌ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

Pro Kabbadi League: ୨୨ରୁ ଆରମ୍ଭ ହେବ ଅଷ୍ଟମ ସଂସ୍କରଣ
Pro Kabbadi League: ୨୨ରୁ ଆରମ୍ଭ ହେବ ଅଷ୍ଟମ ସଂସ୍କରଣ

By

Published : Dec 1, 2021, 10:44 PM IST

ବେଙ୍ଗାଲୁରୁ:ବାଜିଲା ବିଗୁଲ, ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବ ପ୍ରୋ କବାଡ଼ି ଲିଗ୍‌ର ଅଷ୍ଟମ ସଂସ୍କରଣ । ଏହାକୁ ନେଇ ବୁଧବାର ପ୍ରୋ କବାଡ଼ି ଲିଗ୍‌ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଆସିବାକୁ ଅନୁମତି ଦିଆଯିବ ନାହିଁ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ୪ ଦିନରେ ଟ୍ରିପଲ୍‌ ହେଡର ମ୍ୟାଚ୍‌ ଖେଳାଯିବ । ଏହାପରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଜାରି ରହିବା ଯାଏଁ ପ୍ରତ୍ୟେକ ଶନିବାର ଟ୍ରିପଲ୍‌ ହେଡର ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ୟୁ ମୁମ୍ବା ଓ ବେଙ୍ଗାଲୁରୁ ବୁଲ୍‌ସ ମଧ୍ୟରେ ଖେଳାଯିବ । ଦୁଇଟି ଖେଳସୂଚୀରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ପ୍ରଥମ ଖେଳ ସୂଚୀ ଜାରି ହୋଇଥିବା ବେଳେ ଦ୍ବିତୀୟ ଖେଳସୂଚୀ ଆର ବର୍ଷ ଜାନୁଆରୀ ବେଳକୁ ଆସିବ ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ବାୟୋବବଲ ସୃଷ୍ଟି କରାଯାଇଛି । ଶେରାତନ ଗ୍ରାଣ୍ଡ ବେଙ୍ଗାଲୁରୁ ହ୍ବାଇଟ ଫିଲ୍ଡ ହୋଟେଲ ଓ କନ୍‌ଭେନ୍‌ସନ ସେଣ୍ଟରରେ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି । ଟୁର୍ଣ୍ଣାମେଣ୍ଟ ଆୟୋଜନ ସମୟରେ କୋଭିଡ କଟକଣା ଉପରେ ଧ୍ୟାନ ଦିଆଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details