ଓଡିଶା

odisha

ETV Bharat / sports

ଆଜି ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି - ଜାତୀୟ କ୍ରୀଡା ପୁରସ୍କାର

National Sports Award 2023: କ୍ରୀଡା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆଜି ସମ୍ମାନିତ କରିବେ ରାଷ୍ଟ୍ରପତି । ୨୬ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର । ଅଧିକ ପଢନ୍ତୁ

ଜାତୀୟ କ୍ରୀଡା ପୁରସ୍କାର
national sports awards

By ETV Bharat Odisha Team

Published : Jan 9, 2024, 8:02 AM IST

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳିଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । 2023ରେ ନିଜ ନିଜ କ୍ରୀଡା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର, ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ । 26 ଜଣ ଭାରତୀୟ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଓ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ଶେଟ୍ଟୀ ଏବଂ ସତ୍ତ୍ବିକ ସାଇରାଜ୍‌ ରଙ୍କି ରେଡ୍ଡିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ । ସେହିପରି 5 ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୁରସ୍କାର ଗ୍ରହଣ କରିବାକୁ ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି ସମସ୍ତ ଖେଳାଳି ।

ଏହା ମଧ୍ୟ ପଢନ୍ତୁ-ଶାମିଙ୍କ ସମେତ ୨୬ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର, ଚିରାଗ ଓ ସାତ୍ତ୍ବିକଙ୍କୁ ଖେଳରତ୍ନ

ଅର୍ଜୁନ ପୁରସ୍କାର: ମହମ୍ମଦ ଶାମି (କ୍ରିକେଟ), ଅଜୟ ରେଡ୍ଡୀ (ବ୍ଲାଇଣ୍ଡ କ୍ରିକେଟ), ଓଜେସ ପ୍ରବୀଣ , ଦେଓତାଲେ (ତୀରନ୍ଦାଜ), ଆଦିତି ଗୋପିଚାନ୍ଦ ସ୍ବାମୀ (ତୀରନ୍ଦାଜ), ଶୀତଲ ଦେବୀ (ପାରା ଆର୍ଚେରୀ), ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ, ହୁସାମୁଦ୍ଦିନ (ବକ୍ସିଂ), ଆର ବୈଶାଳୀ (ଚେସ୍‌), ଦିବ୍ୟକୃତୀ ସିଂହ (ଅଶ୍ବାରୋହୀ), ଅନୁଶ ଅଗ୍ରଓ୍ବାଲା (ଅଶ୍ବାରୋହୀ), ଦିକ୍ଷା ଡାଗର (ଗଲ୍ଫ), ଏମ୍‌ ଶ୍ରୀଶଙ୍କର (ଆଥଲେଟିକ୍ସ), କୃଷ୍ଣ ବାହଦୂର ପାଠକ (ହକି), ସୁଶିଳା ଚାନୁ (ହକି), ପିଙ୍କି (ଲନ୍ ବଲ), ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର (ସୁଟିଂ), ନସରୀନ (ଖୋ-ଖୋ), ରିତୁ ନେଗୀ (କବାଡି)ପୱାନ କୁମାର (କବାଡି), ନାଓରେମ ରୋଶିବିନା ଦେବୀ (ଉସୁ), ସୁନୀଲ କୁମାର (କୁସ୍ତି)ଅନ୍ତିମ ପାଂଘଲ (କୁସ୍ତି), ଅୟହିକା, ମୁଖାର୍ଜୀ (ଟେବୁଲ ଟେନିସ୍), ପ୍ରାଚୀ ଯାଦବ (ପାରା ନୋଇନିଂ), ଈଶା ସିଂ (ସୁଟିଂ), ହରିନ୍ଦର ପାଲ ସିଂ ସନ୍ଧୁ (ସ୍କ୍ୱାସ୍) ।

ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର:ସାତ୍ତ୍ବିକ ସାଇରାଜ ରଙ୍କିରେଡ୍ଡୀ (ବ୍ୟାଡମିଣ୍ଟନ୍) ଓ ଚିରାଗ ସେଟ୍ଟୀ (ବ୍ୟାଡମିଣ୍ଟନ୍) ।

ଦ୍ରୋଣାଚାର୍ଯ୍ୟ ପୁରସ୍କାର:ଗଣେଶ ପ୍ରଭାକରନ୍ (ମାଲ୍‌ଖମ୍ବ), ଲଲିତ କୁମାର (କୁସ୍ତି), ମହାବୀର ସାଇନି (ପାରା ଆଥଲେଟିକ୍ସ), ଆର୍‌ବି ରମେଶ (ଚେସ୍‌), ଶିବେନ୍ଦ୍ର ସିଂହ (ହକି) ।

ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ତିନି ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯିବ । 2023 ଡିସେମ୍ବର 20 ତାରିଖରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଖେଳାଳିଙ୍କ ତାଲିକା ଘୋଷଣା ହୋଇଥିଲା । କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଖେଳାଳିଙ୍କ ତାଲିକା ଜାରି କରିଥିଲା । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଆସୁଛି ।

ABOUT THE AUTHOR

...view details