ନୂଆଦିଲ୍ଲୀ: ବର୍ମିଂହାମରେ ଚାଲିଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଅଭିଯାନ ଜାରି । ଭାରୋତ୍ତୋଳନରେ ଭାରତୀୟ ଭାରୋତ୍ତୋଳକାରୀଙ୍କ ଦବଦବା ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ଭେଟି ଦେଇଛନ୍ତି ଭାରୋତ୍ତୋନକାରୀ । ଭାରୋତ୍ତୋଳନରେ ଦେଶକୁ ଆଉ ଏକ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ଅଚିନ୍ତ ସିଉଳି । ଅଚିନ୍ତଙ୍କ ଏ ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି, ''ସ୍ବର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଛନ୍ତି ଅଚିନ୍ତ ସିଉଳି । ତ୍ରିରଙ୍ଗା ପତାକା ଉଚ୍ଚରେ ଉଡୁଥିବା ଦେଖି ପ୍ରତିଟି ଭାରତୀୟ ଆଜି ଗର୍ବ କରୁଛି । ବିଫଳତାରୁ ତୁରନ୍ତ ପାର୍ ହୋଇ ସଫଳତା ହାସଲ କରିଛି । ଇତିହାସ ସୃଷ୍ଟି କରି ଚମ୍ପିଆନ ହୋଇଛି । ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ।''
ଏହା ବି ପଢନ୍ତୁ...CWG 2022: ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଅଚିନ୍ତ ସିଉଳି ଦେଲେ ତୃତୀୟ ସ୍ବର୍ଣ୍ଣ
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଚିନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛାବାର୍ତ୍ତାରେ ପ୍ରଧାନମମନ୍ତ୍ରୀ ଲେଖିଛନ୍ତି, "କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ଜିତିଥିବାରୁ ଅଚିନ୍ତଙ୍କୁ ଅଭିନନ୍ଦନ । ଅଚିନ୍ତ କଠିନ ପରିଶ୍ରମ କରି ଏହି ସ୍ବତନ୍ତ୍ର ସଫଳତା ହାସଲ କରିଛନ୍ତି । ସେ ଶାନ୍ତ ସ୍ବଭାବର । ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆମ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ ପୂର୍ବରୁ ତାଙ୍କ ସହ କଥା ହୋଇଥିଲି । ଭବିଷ୍ୟତ ସଫଳତା ପାଇଁ ଶୁଭେଚ୍ଛା ।''