ଓଡିଶା

odisha

By

Published : Aug 3, 2021, 2:13 PM IST

ETV Bharat / sports

ଅଲମ୍ପିକ ଖେଳି ଆସିଥିବା ପ୍ରବୀଣଙ୍କ ପରିବାରକୁ ପଡୋଶୀଙ୍କ ଧମକ

ପ୍ରଥମ ଅଲମ୍ପିକ୍ସରୁ ଫେରିଥିବା ଭାରତୀୟ ତୀରନ୍ଦାଜୀ ପ୍ରବୀଣ ଯାଦବଙ୍କ ପରିବାର ସଦସ୍ୟଙ୍କୁ ମିଳୁଛି ଧମକ । ଅଧିକ ପଢନ୍ତୁ...

PRAVIN JADHAV S NEIGHBOUR MAKE IT DIFFICULT FOR THEIR FAMILY TO LIVE
ଅଲମ୍ପିକ ଖେଳି ଆସିଥିବା ପ୍ରବୀଣଙ୍କ ପରିବାରକୁ ପଡୋଶୀଙ୍କ ଧମକ

ହାଇଦ୍ରାବାଦ:ପ୍ରଥମ ଅଲମ୍ପିକ୍ସରୁ ଫେରିଥିବା ଭାରତୀୟ ତୀରନ୍ଦାଜୀ ପ୍ରବୀଣ ଯାଦବଙ୍କ ପରିବାର ସଦସ୍ୟଙ୍କୁ ମିଳୁଛି ଧମକ । ଅଲମ୍ପିକରେ ଦେଶର ପ୍ରତିନିଧିତ୍ବ କରୁଥିବା ଖେଳାଳିଙ୍କ ପାଇଁ ଗର୍ବିତ ହୋଇ ସମସ୍ତେ ଉତ୍ସବ ମନାଉ ଥିବାବେଳେ ଏପରି ଖବର ଆତମ୍ବିତ କରିଛି । ତେବେ ପ୍ରବୀଣଙ୍କ ପରିବାରକୁ ଅନ୍ୟ କେହି ବାହାର ଲୋକ ନୁହଁନ୍ତି ବରଂ ତାଙ୍କର ଇର୍ଷଣୀୟ ପଡୋଶୀଙ୍କ ପକ୍ଷରୁ ଘର ମରାମତି ନକରିବାକୁ ଧମକ ମିଳୁଛି।

ଯାଦବ ଅଲମ୍ପିକର ରାକିଂ ରାଉଣ୍ଡରେ ନିଜର ସିନିୟର ସାଥୀ ଅତନୁ ଦାସ ଓ ତରୁଣଦୀପ ରାୟଙ୍କ ଠାରୁ ଆଗରେ ରହିଥିଲେ । ଏହାପରେ ମିଶ୍ରିମିତ ଯୁଗଳରେ ଦୀପିକା କୁମାରୀଙ୍କ ସହିତ ଖେଳିଥିଲେ ମଧ୍ୟ ଶୀର୍ଷ ୮ ପ୍ରତିଯୋଗୀଙ୍କ ମଧ୍ୟରେ ରହିପାରିନଥିଲେ ।

ମାତ୍ର ମହାରାଷ୍ଟ୍ରର ସାତାରା ଜିଲ୍ଲାର ସାରାଡେ ଗ୍ରାମରେ ତାଙ୍କର ସଫଳତାରେ ଇର୍ଷାରେ ଜଳୁଥିବା ପଡୋଶୀ ଫୋନରେ ଧମକଦେଉଥିବା ଜଣାପଡିଛି । ଯାଦବ PTIକୁ କହିଛନ୍ତି, "ସକାଳେ ଗୋଟିଏ ପରିବାରର ୫ରୁ ୬ଜଣ ଲୋକେ ଆସି ମାତାପିତାଙ୍କୁ ଧମକାଇଛନ୍ତି । ଆମେ ଘର ମରାମତି କରିବାକୁ ଚାହୁଁଛୁ ।"

ଯାଦବଙ୍କ ପରିବାରର ୪ ସଦସ୍ୟ ଝୁମ୍ପୁଡି ଘରେ ରହୁଥିଲେ ମାତ୍ର ସେନାରେ ଭର୍ତ୍ତି ହେବାପରେ ପକା ଘର ତିଆରି କରିସାରିଛନ୍ତି ।

ଯାଦବ କହିଛନ୍ତି, "ଦୀର୍ଘବର୍ଷ ଧରି ସେହି ଘରେ ରହିଛୁ, ଘରର ସମସ୍ତ କାଗଜପତ୍ର ତାଙ୍କ ପାଖେ ରହିଛି, ସେମାନେ ଘର ମରାମତି କରିବାକୁ ରୋକିପାରିବେ ନାହିଁ ପରିବାର ଲୋକେ ଚିନ୍ତାରେ ଅଛନ୍ତି, କିନ୍ତୁ ଏହିସମୟରେ ସେ ଘରେ ନାହାନ୍ତି । ମାତ୍ର ସେନା ଅଧିକାରୀଙ୍କୁ ଘଟଣା ନେଇ ଜଣାଇଛି ଓ ସେମାନେ ନଜର ରଖିଛନ୍ତି ।"

ଭାରତୀୟ ଟିମ ଫେରିବା ପରେ ସିଧା ହରିୟାଣାର ସୋନିପତରେ ଆଗାମୀ ମାସରେ ହେବାକୁ ଥିବା ବିଶ୍ବ ଚମ୍ପିଆନସିପ ପାଇଁ ଅଭ୍ୟାସ ଶିବିରରେ ପ୍ରସ୍ତୁତି ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details