ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମର ଭେଟେରାନ ଗୋଲକିପର୍ ପିଆର ଶ୍ରୀଜେସଙ୍କୁ ବଡ ସମ୍ମାନ । ବର୍ଷ ୨୦୨୧ର ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦ ଇୟର ପୁରସ୍କାର ଜିତିଛନ୍ତି ଶ୍ରୀଜେଶ । ଏହି ସମ୍ମାନଜନକ ପୁରସ୍କାର ପରେ ସୋମବାର ହକି ଇଣ୍ଡିଆ ଅଲମ୍ପିକ୍ ବ୍ରୋଞ୍ଜ ବିଜେତା ହକି ଟିମର ଗୋଲକିପର୍ଙ୍କୁ ଅଭିନନ୍ଦନ ଜଣାଇଛି ।
ଭାରତୀୟ ହକିର ଦ ୱାଲ୍ଙ୍କୁ ଶ୍ରେଷ୍ଠ ସମ୍ମାନ - ଆଥଲେଟ୍ ଅଫ ଦି ଇୟର
ଭାରତୀୟ ପୁରୁଷ ହକି ଟିମର ଭେଟେରାନ ଗୋଲ କିପର୍ ପିଆର ଶ୍ରୀଜେସଙ୍କୁ ବଡ ସମ୍ମାନ । ବର୍ଷ ୨୦୨୨ର ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ ଦି ଇୟର ୨୦୨୧ ପୁରସ୍କାର ଜିତିଛନ୍ତି ଶ୍ରୀଜେଶ । ଅଧିକ ପଢନ୍ତୁ
ମହିଳା ହକି ତାରକା ରାନୀଙ୍କ ପରେ ଦ୍ବିତୀୟ ଭାରତୀୟ ଆଥଲେଟ ଭାବେ ସେ ଏହି ସମ୍ମାନଜନକ ଆୱାର୍ଜ ଜିତିଛନ୍ତି । ଏହା IWGAର ନବମ ସଂସ୍କରଣ ଥିଲା । ବର୍ଷ ୨୦୨୧ରେ ଉଲ୍ଲେଖନୀୟ ପ୍ରଦର୍ଶନ, ସାମାଜିକ ପ୍ରତିବଦ୍ଧତା ଓ ଉତ୍ତମ ବ୍ୟବହାର ପାଇଁ ଜଣେ ଆଥଲେଟ୍ କିମ୍ବା ଟିମକୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ୧୭ଟି ଦେଶର ମୋଟ ୩୪ଜଣ ଆଥଲେଟ୍ ଏହି ପୁରସ୍କାର ପାଇଁ ସେମାନଙ୍କର ଖେଳରେ ସେମାନଙ୍କ ଅନ୍ତର୍ଜାତୀୟ ମହାସଂଘ ଦ୍ବାରା ମନୋନୀତ ହୋଇଥିଲେ । ଅନ୍ତର୍ଜାତୀୟ ହକି ମହାସଂଘ(FIH) ବର୍ଷ ୨୦୨୧ରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଭାରତୀୟ ଗୋଲ୍ କିପର ଶ୍ରୀଜେଶଙ୍କ ନାମ ସୁପାରିଶ କରିଥିଲା ।
ଏହି ସମ୍ମାନଜନକ ପୁରସ୍କାରର ବିଜେତା ଅନଲାଇନ୍ ଭୋଟିଂ ଜରିଆରେ ଚୟନ ହୋଇଛି । ଶ୍ରୀଜେଶଙ୍କୁ ରେକର୍ଡ ୧ଲକ୍ଷ ୨୭ ହଜାର ୬୪୭ ଭୋଟ ମିଳିଛି । ୨୦୧୯ରେ ରାନୀ ୧ଲକ୍ଷ ୯୯ ହଜାର ୪୭୭ ଭୋଟ ପାଇ ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦ ଇୟର ପୁରସ୍କାର ଜିତିଥିଲେ ।