ଓଡିଶା

odisha

ଅଲମ୍ପିକ ସ୍ଥଗିତ ନିଷ୍ପତିକୁ ମେରୀ କମ୍‌ଙ୍କ ସ୍ବାଗତ

By

Published : Mar 26, 2020, 8:31 AM IST

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଜୁଲାଇ 24ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ-2020କୁ ସ୍ଥଗିତ ରଖାଯାଇଛି । ଏହି ନିଷ୍ପତିକୁ ସ୍ବାଗତଯୋଗ୍ୟ କହିଛନ୍ତି ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ମେରୀ କମ୍‌ । ଅଧିକ ପଢନ୍ତୁ...

Mary Kom on Postponement of Tokyo Olympics
ଅଲମ୍ପିକ ସ୍ଥଗିତ ନିଷ୍ପତିକୁ ମେରୀ କମ୍‌ଙ୍କ ସ୍ବାଗତ

ନୂଆଦିଲ୍ଲୀ: ସ୍ଥଗିତ ହୋଇଛି ଟୋକିଓ ଅଲମ୍ପିକ୍ସ-2020। କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଜୁଲାଇ 24ରୁ ଆରମ୍ଭ ହେବାକୁ ଥିବା ଏହି ମେଗା ଇଭେଣ୍ଟକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଏହି ନିଷ୍ପତିକୁ ସ୍ବାଗତଯୋଗ୍ୟ କହିଛନ୍ତି ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ମେରୀ କମ୍‌ ।

ଅଲମ୍ପିକ ସ୍ଥଗିତ ନିଷ୍ପତିକୁ ମେରୀ କମ୍‌ଙ୍କ ସ୍ବାଗତ

6ଥର ବିଶ୍ବ ଚମ୍ପିଆନ ରହିଛନ୍ତି ମେରୀ କମ । ମେରୀ କହିଛନ୍ତି" ଏହା ଏକ ଭଲ ନିଷ୍ପତି, କୋରୋନା ଭାଇରସ ସଂକ୍ରମଣର ଭୟ ଥିବାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ, ସ୍ଥଗିତ ସମସ୍ତଙ୍କ ପାଇଁ ଉପଯୋଗୀ ହେବ । ଖେଳ ବ୍ୟତୀତ ସ୍ବାସ୍ଥ୍ୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ , ସମସ୍ତେ ଏଥିପ୍ରତି ସଚେତନ ହେବା ଜରୁରୀ "।

ଅଲମ୍ପିକ ସ୍ଥଗିତ ନିଷ୍ପତିକୁ ମେରୀ କମ୍‌ଙ୍କ ସ୍ବାଗତ

2020 ଟୋକିଓ ଅଲମ୍ପିକ୍ସ ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଓ ପାରା ଅଲମ୍ପିକ୍ସ ଅଗଷ୍ଟ 26ରୁ ସେପ୍ଟେମ୍ବର 6ପର୍ଯ୍ୟନ୍ତ ହେବା ନେଇ ସୂଚୀ ରହିଥିଲା । ତେବେ ଅନେକ କ୍ରୀଡାବିତ ଅଲମ୍ପିକ୍ସ ଗେମର ସମୟ ସୂଚୀରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ୟୁଏସ ଓ ଅଷ୍ଟ୍ରେଲିଆ ଅଲମ୍ପିକ୍ସ କମିଟି ଆଓସି ନିକଟରେ ସ୍ଥଗିତ ପାଇଁ ଅନୁରୋଧ କରିଥିଲେ । କାନାଡା ଅଲମ୍ପିକ୍ସ କମିଟି ଏହି ଇଭେଣ୍ଟରୁ ଓହରିଯାଇଥିଲା । ପରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ପରେ ଆନୁଷ୍ଠାନିକ ଭାବେ ଟୋକିଓ ଗେମ୍ସକୁ ସ୍ଥଗିତ ଘୋଷଣା କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details