ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକକୁ ଆଉ ମାତ୍ର ଦୁଇ ସପ୍ତାହ ରହିଲା । ଦିନ ଯେତେ ପାଖଉଛି ଖେଳାଳିଙ୍କ ମଧ୍ୟରେ ସେତେ ଉତ୍କଣ୍ଠା ବଢୁଛି । ସେମାନଙ୍କ ଉତ୍ସାହକୁ ଆଉ ଟିକେ ବଢାଇବାକୁ ଟୋକିଓ ଟିକେଟ ପାଇଥିବା ସମସ୍ତ ଆଥଲେଟଙ୍କ ସହିତ ଜୁଲାଇ 13ରେ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି ।
ଭିଡିଓ କନଫରେନ୍ସ ଜରିଆରେ ସନ୍ଧ୍ୟା 5ଟା ସମସ୍ତ ଆଥଲେଟଙ୍କ ସହିତ କଥା ହେବେ ମୋଦି । ସରକାରୀ ବିବୃତ୍ତିରୁ ଜଣା ପଡିଛି ଯେ 115ରୁ ଅଧିକ ଜଣ ଆଥଲେଟ ଟୋକିଓ ଅଲିମ୍ପିକ ପାଇଁ ଟିକେଟ ପାଇଛନ୍ତି । ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଅଲିମ୍ପିକ ଖେଳା ଯିବାକୁ ସୂଚୀ ପ୍ରସ୍ତୁତ ହୋଇଛି । ଏହା ପୂର୍ବ ବର୍ଷ ଖେଳାଯିବାକୁ ସ୍ଥିର ହୋଇଥିଲା ମାତ୍ର କୋରୋନା ପାଇ ସ୍ଥଗିତ ରଖାଯାଇଥିଲା ।
ଅଧିକ ପଢନ୍ତୁ; ଅଲମ୍ପିକରେ ସ୍ବର୍ଣ୍ଣ ଜିତିଲେ ମିଳିବ 6 କୋଟି: ମୁଖ୍ୟମନ୍ତ୍ରୀ