ଓଡିଶା

odisha

ETV Bharat / sports

ରୌପ୍ୟ ବିଜୟିନୀଙ୍କ ସହ କଥା ହେଲେ ମୋଦି, ଜଣାଇଲେ ଶୁଭେଚ୍ଛା

ପାରା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟିଟି ଫାଇନାଲରେ ଚୀନ ପ୍ରତିନ୍ଦ୍ବନ୍ଦୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି ଭାବିନାବେନ ପଟେଲ । ତାଙ୍କର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହିତ କଥା ହେବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ରୌପ୍ୟ ବିଜୟୀନିଙ୍କ ସହ କଥା ହେଲେ ମୋଦି
ରୌପ୍ୟ ବିଜୟୀନିଙ୍କ ସହ କଥା ହେଲେ ମୋଦି

By

Published : Aug 29, 2021, 1:53 PM IST

ନୂଆଦିଲ୍ଲୀ:ପାରାଲିମ୍ପିକ୍ସରେ ଭାରତକୁ ତାର ପ୍ରଥମ ପଦକ ମିଳିଛି । ପାରା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟିଟି ଫାଇନାଲରେ ଚୀନ ପ୍ରତିନ୍ଦ୍ବନ୍ଦୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି ଭାବିନାବେନ ପଟେଲ । ତାଙ୍କର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହିତ କଥା ହେବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଖେଳରେ ଭାବିନାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ମୋଦି କହିଛନ୍ତି ଯେ ସେ ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କ ପ୍ରୟାସ ପାଇଁ ସେ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଇଛନ୍ତି । ଗୁଜୁରାଟର ମେହସାନା ଜିଲ୍ଲାର ସୁନ୍ଧିୟା ଗ୍ରାମରେ ଭାବିନାଙ୍କ ଜନ୍ମ । ସେ ଅନେକ ବାର ସୁନ୍ଧିୟା ଯାଇଥିବା କଥା କହିଛନ୍ତି ।

ଭାବିନାଙ୍କ ପରିବାରରେ କିଏ କିଏ ଅଛନ୍ତି ତାହା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ । ଉତ୍ତରରେ ଘରେ ତାଙ୍କ ବାପାମାଆ ଥିବା କହିଥିଲେ ଭାବିନା । ଭାବିନାଙ୍କ ଏହି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି । ଭାବିନାଙ୍କ ଏହି ସଫଳତା ଅନେକଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରକାଶ ଥାଉ କି, ଆଜି(ରବିବାର) ପାରାଅଲିମ୍ପିକ୍ସ ଚମତ୍କାର ପ୍ରଦର୍ଶନ କରି ବିସ୍ମୟ ସୃଷ୍ଟି କରିଛନ୍ତି ଭାବିନାବେନ ପଟେଲ । ଭାରତର ପ୍ରଥମ ମହିଳା ଟେବୁଲ ଟେନିସ ତାରକା ଭାବରେ ଟୋକିଓ ପାରାଅଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରିଥିଲେ ଭାବିନା । ଆଜି ଖେଳାଯାଇଥିବା ଫାଇନାଲରେ ସ୍ବର୍ଣ୍ଣ ପଦକ ପାଇଁ ବିଶ୍ବର ନମ୍ବର ୱାନ ଖେଳାଳି ଚାଇନାର ୟିଙ୍କ୍ ଝୋଉଙ୍କୁ ଭେଟିଥିଲେ ଭାବିନା ।

@ANI

ABOUT THE AUTHOR

...view details