ମୁମ୍ବାଇ: ଭାରତର ଷ୍ଟାର ଜାଭେଲିନ ଥ୍ରୋ ପ୍ଲେଆର ନିରଜ ଚୋପ୍ରା ଅସୁସ୍ଥ ଅଛନ୍ତି । କହୁଣୀରେ ଆଘାତ କାରଣରୁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ନୀରଜଙ୍କ କହୁଣୀରେ ଅପରେସନ କରାଯାଇଛି । ଏନେଇ ନୀରଜ ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି ।
ମୁମ୍ବାଇର ଡାକ୍ତର ଦିନେଶ ପର୍ଦିବାଲା ତାଙ୍କର ଅପରେସନ କରିଛନ୍ତି । ଡାକ୍ତର ପର୍ଦିବାଲା ନୀରଜଙ୍କ ଶୀଘ୍ର ସୁସ୍ଥତା ନେଇ ଇଶ୍ବରଙ୍କୁ ପ୍ରାର୍ଥନା କରିଛନ୍ତି । ସବୁ ଖରାପ ସମୟ ପଛରେ କିଛି ଭଲ ନିଶ୍ଚିନ୍ତ ଥାଏ । ଇଶ୍ବର ଆପଣଙ୍କୁ ଆହୁରି ଶକ୍ତ ବନେଇବା ପାଇଁ ଚାହାଁନ୍ତି ବୋଲି ପର୍ଦିବାଲା ନୀରଜଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।
ଆସନ୍ତା ସେପ୍ଟମ୍ବର ଦୋହାରେ ୱାର୍ଲ୍ଡ ଚମ୍ପିଆନସିପ ହେବାକୁ ଯାଉଛି । ଅପରେସନ କାରଣରୁ ନୀରଜ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେପ୍ଟମ୍ବର 27ରୁ ଅକ୍ଟୋବର 6 ପର୍ଯ୍ୟନ୍ତ ୱାର୍ଲ୍ଡ ଚମ୍ପିଆନସିପ ହେବ ।