ଓଡିଶା

odisha

ETV Bharat / sports

ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ସଂଘର୍ଷକୁ ମୋଦିଙ୍କ ପ୍ରଶଂସା, ଦେଶବାସୀଙ୍କୁ ସମର୍ଥନ ପାଇଁ ଆହ୍ବାନ

"ମନ କି ବାତ୍‌" କାର୍ଯ୍ୟକ୍ରମରେ ଭାରତୀୟ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ସଂଘର୍ଷକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

By

Published : Jun 27, 2021, 6:38 PM IST

PM hails struggles of India's Olympic-bound athletes; urges country to support them
ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ସଂଘର୍ଷକୁ ମୋଦିଙ୍କ ପ୍ରଶଂସା, ଦେଶବାସୀଙ୍କୁ ସମର୍ଥନ ପାଇଁ ଆହ୍ବାନ

ନୂଆଦିଲ୍ଲୀ:ଭାରତୀୟ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ସଂଘର୍ଷକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁରିଭୁରି ପ୍ରଂଶସା କରିଛନ୍ତି । ଆସନ୍ତା ମାସରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ଆଥଲେଟ ହୃଦୟ ଜିତିବାକୁ ଯାଉଛନ୍ତି । ସେଥିପାଇଁ ସେମାନଙ୍କ ଉପରେ କୌଣସି ଚାପ ନପକାଇ ଭରପୁର ସମର୍ଥନ କରିବାକୁ ଆହ୍ବାନ କରିଛନ୍ତି ମୋଦି । 100ରୁ ଅଧିକ ଭାରତୀୟ ଖେଳାଳି ଏହି ମେଗା ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଗତବର୍ଷ ହେବାକୁ ଥିବା ଏହି ଇଭେଣ୍ଟ କୋରୋନା ମହାମାରୀ କାରଣକୁ ସ୍ଥଗିତ ହୋଇଥିଲା । ଜାପାନର ରାଜଧାନୀ ଟୋକିଓରେ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ସମସ୍ତ କଡା ସ୍ବାସ୍ଥ୍ୟ ସୁରକ୍ଷା ବଳୟ ମଧ୍ୟରେ ଅଲମ୍ପିକ୍ସ ଖେଳ ହେବ ।

ରବିବାର "ମନ କି ବାତ୍‌" ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପ୍ରତ୍ୟେକ ଖେଳାଳି ଟୋକିଓ ଟିକେଟ ହାସଲ କରିବାକୁ କଡା ସଂଘର୍ଷ କରିଛନ୍ତି । ସେମାନେ କେବଳ ନିଜପାଇଁ ନୁହେଁ ବରଂ ଦେଶ ପାଇଁ ସମସ୍ତ କଠିନ ପରିଶ୍ରମ କରିଛନ୍ତି ଓ ଯୋଗ୍ୟତା ଅର୍ଜନ କରିଛନ୍ତି ।"

ଏହି ଖେଳାଳିମାନେ ବିଶ୍ବମଞ୍ଚରେ ଦେଶ ପାଇଁ ଗୌରବ ସାଜିଛନ୍ତି ଓ ଲୋକଙ୍କ ଦୃଦୟ ଜିତିଛନ୍ତି । ସେଥିପାଇଁ ଜାଣତରେ କିମ୍ବା ଅଜାଣତରେ କୌଣସି ଚାପ ନ ପକାଇ ସେମାନଙ୍କୁ ସହଯୋଗ, ଖୋଲା ହୃଦୟରେ ସମର୍ଥନ କରିବା ପାଇଁ ଆହ୍ବାନ କରିଛନ୍ତି ମୋଦି ।

ଅଲମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ 2012 ସଂସ୍କରଣର ଲଣ୍ଡନ ଅଲମ୍ପିକ୍ସରେ ଦେଖିବାକୁ ମିଳିଥିଲା । ଦୁଇଟି ରୌପ୍ୟ ପଦକ ସଦ ଦେଶକୁ ମିଳିଥିଲା ମୋଟ୍‌ 6ଟି ପଦକ । 2016 ଅଲମ୍ପିକ୍ସରେ ପ୍ରଦର୍ଶନ ଭଲ ହୋଇନଥିଲା, ମାତ୍ର ଦୁଇଟି ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ରବିବାର ଦେଶକୁ "ମନ କି ବାତ୍‌" କାର୍ଯ୍ୟକ୍ରମରେ ସମ୍ବୋଧନ କରିବାବେଳେ ଦିଂବଗତ ମହାନ ଭାରତୀୟ ଆଥଲେଟ ମିଲଖା ସିଂହଙ୍କୁ ସ୍ମରଣ କରିଥିଲେ । ଚଳିତ ମାସରେ କୋଭିଡ-19 ଭୁତାଣୁରେ ସଂକ୍ରମିତ ହେବାପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ମିଲଖା ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details