ନୂଆଦିଲ୍ଲୀ: ଜାତୀୟ କ୍ୟାମ୍ପ ଆରମ୍ଭ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସଙ୍କେତ ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ । ମେ ଶେଷରେ ସମ୍ଭବତଃ କ୍ୟାମ୍ପ ଆରମ୍ଭ ନେଇ ଆଶା ରଖିଛି କ୍ରୀଡାମନ୍ତ୍ରଣାଳୟ ।
ଜାତୀୟ କ୍ୟାମ୍ପ ଆରମ୍ଭ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସଙ୍କେତ - NIS ପଟିଆଲା
ଜାତୀୟ କ୍ୟାମ୍ପ ଆରମ୍ଭ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସଙ୍କେତ ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ । ମେ ଶେଷରେ ସମ୍ଭବତଃ କ୍ୟାମ୍ପ ଆରମ୍ଭ ନେଇ ଆଶା ରଖିଛି କ୍ରୀଡାମନ୍ତ୍ରଣାଳୟ ।
ଅଲମ୍ପିକ ପାଇଁ ପ୍ରସ୍ତୁତି ଚଳାଇଥିବା ଆଥଲେଟଙ୍କ ପାଇଁ ମେ ଶେଷ ସୁଦ୍ଧା ଜାତୀୟ କ୍ୟାମ୍ପ ଆରମ୍ଭ ନେଇ ଯୋଜନା ରହିଥିବା କ୍ରୀଡାମନ୍ତ୍ରୀ କହିଛନ୍ତି । ପୂର୍ବରୁ ମେ3 ପର୍ଯ୍ୟନ୍ତ ଲକାଡାଉନର ଲାଗୁ ପାଇଁ ଘୋଷଣା ହୋଇଥିଲା ।
ମାତ୍ର ଭାରତ ସରକାରଙ୍କ ପକ୍ଷରୁ ଲକାଡାଉନ ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ କ୍ରୀଡାମନ୍ତ୍ରଣାଳୟ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI)ସେଣ୍ଟରକୁ ବନ୍ଦ ରଖିବାକୁ ବାଧ୍ୟ ହୋଇଛି । ତେବେ NISପଟିଆଲା ଓ SAI ବେଙ୍ଗାଲୁରୁରେ ପ୍ରଥମେ ଅଭ୍ୟାସ କ୍ୟାମ୍ପ ଗୁ଼ଡିକ ଖୋଲିବ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି । ଏହି ସେଣ୍ଟର ଗୁଡିକରେ ଏକାଧିକ କ୍ରୀଡାବିତ ରହିଛନ୍ତି ।