ଓଡିଶା

odisha

କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

By

Published : Dec 13, 2022, 10:14 PM IST

ସୁସ୍ଥ ହେଉଛନ୍ତି ବ୍ରାଜିଲର ଲୋକପ୍ରିୟ ଫୁଟବଲ ଖେଳାଳି ପେଲେ । ଶ୍ବାସ ସମ୍ବନ୍ଧୀୟ ସଂକ୍ରମଣ କାରଣରୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ

କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥାର ଉନ୍ନତି
କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ସ୍ବାସ୍ଥ୍ୟବସ୍ଥାର ଉନ୍ନତି

ହାଇଦ୍ରାବାଦ:ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ବ୍ରାଜିଲର ଲୋକପ୍ରିୟ ଫୁଟବଲ ଖେଳାଳି ପେଲେ । ଶ୍ବାସ ସମ୍ବନ୍ଧୀୟ ସଂକ୍ରମଣ କାରଣରୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏହି କିମ୍ବଦନ୍ତୀ ଫୁଟବଲର । ଏବେ ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟବସ୍ଥାର ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । କୋରୋନା ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଲେ ମଧ୍ୟ ସେ ଡାକ୍ତରଖାନାରେ ରହିବେ । ତେବେ ସେ ମେଡିକାଲରୁ କେବେ ଡିସଚାର୍ଜ ହେବେ ସେନେଇ କୌଣସି ସଠିକ୍ ସୂଚନା ଦେଇ ହେବ ନାହିଁ ବୋଲି ପେଲେଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଥିଲେ । ସେପଟେ ସେ ଦୀର୍ଘ ଦିନରୁ କ୍ୟାନସରରୁ ପୀଡିତ ହେବା ନେଇ ତାଙ୍କର କେମୋଥେରାପୀ ଚିକିତ୍ସା ଚିକିତ୍ସା ମଧ୍ୟ ଜାରି ରହିଛି ।

ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ବ୍ରାଜିଲର ଏହି ମହାନ ଫୁଟବଲର ପେଲେ ନଭେମ୍ବର ୩୦ ତାରିଖରେ ସାଓ ପାଉଲର ଅଲର୍ବଟ ଆଇନଷ୍ଟିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଶ୍ବର ମହାନ ଫୁଟବଲରଙ୍କ ମଧ୍ୟରୁ ପେଲେ ଜଣେ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି । ସେ ବ୍ରାଜିଲ ତରଫରୁ ଖେଳି ବର୍ଷ ୧୯୫୮, ୧୯୬୨ ଓ ୧୯୭୦ ମସିହାରେ ନିଜ ଦେଶକୁ ବିଶ୍ବକପ ଭେଟି ଦେଇଛନ୍ତି । ଏହି କିମ୍ବଦନ୍ତୀ ଫୁଟବଲର ପେଲେ ୧୭ ବର୍ଷ ବୟରେ ଟିମ୍ ବ୍ରାଜିଲ ତରଫରୁ ଖେଳି ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ବର୍ଷ ୧୯୫୮ରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ପେନେ ସୁଡାନ ବିପକ୍ଷରେ ଦୁଇଟି ଗୋଲ ଦେଇଥିଲେ । ସେ ତାଙ୍କ ପ୍ରଫେସନାଲ କ୍ୟାରିୟରରେ ୧୩୬୩ ମ୍ୟାଚ ଖେଳି ୧୨୮୧ ଟି ଗୋଲ ଦେଇଛନ୍ତି । ସେ ବ୍ରାଜିଲ ତରଫରୁ ଖେଳି ୯୨ ମ୍ୟାଚରୁ ୭୮ଟି ଗୋଲ ଦେଇଛନ୍ତି ।

ABOUT THE AUTHOR

...view details