ଓଡିଶା

odisha

By

Published : Jul 3, 2022, 9:47 PM IST

ETV Bharat / sports

ଧାବିକା ପାରୁଲ ଚୌଧୁରୀଙ୍କ ନୂଆ ଜାତୀୟ ରେକର୍ଡ

ଭାରତୀୟ ଧାବିକା ପାରୁଲ ଚୌଧୁରୀ ଲସ ଏଞ୍ଜିଲ୍ସରେ ସୂର୍ଯ୍ୟ ଲୋଗନାଥନଙ୍କ ରେକର୍ଡ ଭାଙ୍ଗିଲେ । ଲସ ଏଞ୍ଜିଲ୍ସରେ ୩୦୦୦ ମିଟର ଲକ୍ଷ୍ୟକୁ ୯ ମିନିଟରେ ଦୌଡି ଲକ୍ଷ୍ୟ ପୁରା କରିଥିଲେ । ଭାରତୀୟ ପ୍ରଥମ ଧାବିକା ଭାବରେ ପାରୁଲ ଚୌଧୁରୀ ୯ ମିନିଟରେ ୩୦୦୦ ମିଟର ଦୌଡି ଭାରତ ତରଫରୁ ରେକର୍ଡ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ

ଧାବିକା ପାରୁଲ ଚୌଧୁରୀଙ୍କ ନୂଆ ଜାତୀୟ ରେକର୍ଡ
ଧାବିକା ପାରୁଲ ଚୌଧୁରୀଙ୍କ ନୂଆ ଜାତୀୟ ରେକର୍ଡ

ହାଇଦ୍ରାବାଦ: ଭାରତୀୟ ଧାବିକା ପାରୁଲ ଚୌଧୁରୀ ଲସ ଏଞ୍ଜିଲ୍ସରେ ସୂର୍ଯ୍ୟ ଲୋଗନାଥନଙ୍କ ରେକର୍ଡ ଭାଙ୍ଗିଲେ । ଲସ ଏଞ୍ଜିଲ୍ସରେ ୩୦୦୦ ମିଟର ଲକ୍ଷ୍ୟକୁ ୯ ମିନିଟରେ ଦୌଡି ଲକ୍ଷ୍ୟ ପୁରା କରିଥିଲେ । ଭାରତୀୟ ପ୍ରଥମ ଧାବିକା ଭାବରେ ପାରୁଲ ଚୌଧୁରୀ ୯ ମିନିଟରେ ୩୦୦୦ ମିଟର ଦୌଡି ଭାରତ ତରଫରୁ ରେକର୍ଡ ସୃଷ୍ଟି କରିଛନ୍ତି ।

ଭାରତୀୟ ଧାବିକା ସୂର୍ଯ୍ୟ ଲୋଗନାଥନ ଆଗରୁ ୯:04.5 ମିନିଟରେ ୩୦୦୦ ମିଟର ଦୌଡରେ ରେକର୍ଡ ସୃଷ୍ଟି କରିଥିଲେ । ସେହିପରି ଭାବରେ ଲସ ଏଞ୍ଜିଲ୍ସରେ 8:57.9 ମିନିଟରେ ୩୦୦୦ ମିଟର ଦୌଡି ଭାରତୀୟ ଧାବିକା ପାରୁଲ ଚୌଧୁରୀ ସୂର୍ଯ୍ୟ ଲୋଗନାଥନଙ୍କ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ତିଆରି କରିଛନ୍ତି । ଭାରତୀୟ ଧାବିକା ପାରୁଲ ଚୌଧୁରୀ ପଞ୍ଚମ ସ୍ଥାନରେ ଦୌଡୁ ଥିଲେ । ହେଲେ ଧାବିକା ପାରୁଲ ଚୌଧୁରୀ ନିଜର ଚେଷ୍ଟା ଓ ଦୌଡର ଗତି ବଢାଇ ଦୌଡ ଲାଇନରେ ଦୁଇ ଲିପ୍ସ ଆଗକୁ ଦୌଡି ପୋଡିୟମ ପାଖରେ ପହଞ୍ଚି ତୃତୀୟ ସ୍ଥାନରେ ରହିଥିଲେ ।

କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଧାବିକା ପାରୁଲ ଚୌଧୁରୀଙ୍କ ନୂଆ ରେକର୍ଡକୁ ସ୍ବାଗତ କରି ଶୁଭେଚ୍ଛା ଜଣାଇଛନ୍ତି ।

ଧାବିକା ପାରୁଲ ଚୌଧୁରୀ ନିକଟରେ ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହିଳା ଦୌଡ ପ୍ରତିଯୋଗିତାରେ ୩୦୦୦ ମିଟର ଦୌଡି ସ୍ବର୍ଣ୍ଣ ପଦକ ଜିତି ଥିଲେ ।

ABOUT THE AUTHOR

...view details