ନୂଆଦିଲ୍ଲୀ:ଟୋକିଓ ୨୦୨୦ ପାରାଲମ୍ପିକ୍ କାଂସ୍ୟ ବିଜେତା ସରଦ କୁମାର ଅସୁସ୍ଥ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବା ପରେ ଗତ ୫ ଦିନ ଧରି ତାଙ୍କୁ ନୀରିକ୍ଷଣରେ ରଖାଯାଇଥିଲା ।
ତେବେ ଛାତିରେ କେଉଁ କାରଣରୁ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ କାରଣ ଜାଣିବା ପାଇଁ ଏକାଧିକ ଟେଷ୍ଟ କରିଛନ୍ତି ଓ ଚିକିତ୍ସା ଜାରି ରଖିଛନ୍ତି । ଶରଦ ସାମାନ୍ୟ ସ୍ବାଭାବିକ ଅନୁଭବ କରୁଥିବା କହିଥିବାବେଳେ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ରହିଛି । ଦିନେ ଦୁଇଦିନ ମଧ୍ୟରେ ପରବର୍ତ୍ତୀ ଚିକିତ୍ସା ନେଇ ଡାକ୍ତରୀ ଟିମ କହିଥିବା ସୂଚନା ରହିଛି ।