ବରଗଡ଼:ଜିଲ୍ଲାରେ ସାମ୍ବାଦିକ ସଂଘ ପକ୍ଷରୁ ପାରାଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାକୁ ନେଇ ଆଜି ଏକ ନାଗରିକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି । ସକାଳ 11ଟାରେ ପ୍ରମୋଦ ଭଗତଙ୍କୁ ଗାନ୍ଧି ଛକ ନିକଟରୁ ପାଛୋଟି ନିଆଯାଇଥିଲା । ଏହାପରେ ବରଗଡ଼ର ନିଷ୍ଠା ପରିବାର, ସଂକଲ୍ପ ପରିବାର ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ଯୁବକମାନେ ଏକ ବାଇକ ରାଲି କରିଥିଲେ । ସୁସଜ୍ଜିତ ରଥରେ ସୁନାପୁଅ ପ୍ରମୋଦ ଭଗତଙ୍କୁ ନେଇ ବରଗଡ଼ ସହର ପରିକ୍ରମା କରାଯାଇଥିଲା ।
ଏହାପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ରେ ଗୋଲ୍ଡେନ ବୟ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରଗଡ ଜିଲ୍ଲାର ବିଭିନ୍ନ ସଂଗଠନଙ୍କ ସମେତ ଜିଲ୍ଲାର 50 ରୁ ଅଧିକ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ପ୍ରମୋଦ ଭଗତ । ଲକ୍ଷ୍ୟ ନେଇ କଠିନ ପରିଶ୍ରମ କଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି କହିଛନ୍ତି ପ୍ରମୋଦ ଭଗତ ।