ଓଡିଶା

odisha

ETV Bharat / sports

National Para Athletics Championship: ଦ୍ବିତୀୟ ସ୍ବର୍ଣ୍ଣ ଜିତିଲେ ଜୟନ୍ତୀ - ପାରା ଆଥଲେଟିକ୍‌ସ ଚାମ୍ପିୟନସିପ

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ବିଂଶତମ ଜାତୀୟ ପାରା ଆଥଲେଟିକ୍‌ସ ଚାମ୍ପିୟନସିପ ୨୦୨୨ରେ ଜଲୱା ଦେଖାଇଲେ ଓଡିଶାର ଷ୍ଟାର ଧାବିକା ଜୟନ୍ତୀ ବେହେରା । ଏହି ସମ୍ମାନଜନକ ପ୍ରତିଯୋଗିତାରେ ରାଜ୍ୟପାଇଁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଭେଟିଦେଇଛନ୍ତି ପାରା ଦୌଡରାଣୀ ଜୟନ୍ତୀ । ଅଧିକ ପଢନ୍ତୁ

ଦ୍ବିତୀୟ ସ୍ବର୍ଣ୍ଣ ଜିତିଲେ ଜୟନ୍ତୀ
ଦ୍ବିତୀୟ ସ୍ବର୍ଣ୍ଣ ଜିତିଲେ ଜୟନ୍ତୀ

By

Published : Mar 31, 2022, 9:26 AM IST

ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ବିଂଶତମ ଜାତୀୟ ପାରା ଆଥଲେଟିକ୍‌ସ ଚାମ୍ପିଆନସିପ ୨୦୨୨ରେ ଜଲୱା ଦେଖାଇଲେ ଓଡିଶାର ଷ୍ଟାର ଧାବିକା ଜୟନ୍ତୀ ବେହେରା । ଏହି ସମ୍ମାନଜନକ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୋଟିଏ ନୁହେଁ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ପାରା ଦୌଡରାଣୀ ଜୟନ୍ତୀ । ଟି- ୪୭ ମହିଳା ବର୍ଗ ୪୦୦ ମିଟରରେ ଜୟନ୍ତୀ ପ୍ରଥମ ସ୍ଥାନ ଅଧିକାର କରିବା ସହ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ମହିଳା T-47 ୧୦୦ ମିଟର ଇଭେଣ୍ଟରେ ୧୨.୯୨ ସେକେଣ୍ଡରେ ଦୌଡ ଶେଷ କରିବା ସହ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଜୟନ୍ତୀ ନିର୍ଦ୍ଧାରିତ ଦୂରତାକୁ ୧ ମିନିଟ ୪୨ ସେକେଣ୍ଡ ନେଇଥିଲେ । ଗତ ଦୁବାଇ ପାରା ଆଥଲେଟିକ ଗ୍ରାଁ ପ୍ରିରେ ଜୟନ୍ତୀ ୪୦୦ ମିଟରରେ ୧ ମିନିଟ ୯୩ ସେକେଣ୍ଡରେ ପୂରଣ କରି ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପୂର୍ବ ଟାଇମିଂରେ ସେ ବହୁ ସୁଧାର ଆଣିଛନ୍ତି ଫଳରେ ତାଙ୍କୁ ଏହି ସଫଳତା ମିଳିଛି । ମଙ୍ଗଳବାର T-47 ୧୦୦ ମିଟର ଇଭେଣ୍ଟରେ ନିର୍ଦ୍ଧାରିତ ଦୂରତାତୁ ୧୨.୯୨ ସେକେଣ୍ଡରେ ଅତିକ୍ରମ କରିଥିଲେ ଓ ସ୍ବର୍ଣ୍ଣ ଜିତିଥିଲେ । ଏହାପରେ ସେ ୨୦୦ ମିଟର ଓ ୪୦୦ ମିଟରରେ ଦୌଡ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଥିଲେ । ଆଉ ତାହା ମଧ୍ୟ ପୂରଣ ହୋଇଛି ।

ସେହିପରି ଟି-୧୧ ପୁରୁଷ ୪୦୦ ମିଟରରେ ଦେବରାଜ ୧ ମିନିଟ ୫୨ ସେକେଣ୍ଡ ସର ରୌପ୍ୟ ପଦକ ହାସଲ କରିଛନ୍ତି । ଓଡିଶାକୁ ମୋଟ ୫ଟି ପଦକ ମିଳିଛି । ସେଥିରେ ୩ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details