ଓଡିଶା

odisha

ETV Bharat / sports

Para Shooting: ଅବନୀଙ୍କୁ ଡବଲ ସ୍ବର୍ଣ୍ଣ - ସୁଟର ଅବନୀ ଲେଖରା ଖବର

ଫ୍ରାନ୍ସରେ ଗୁଞ୍ଜରିତ ହେଲା ଭାରତର ଜାତୀୟ ସଙ୍ଗୀତ । ଭାରତ ମାତା କି ଜୟ ଜୟ ନାରାରେ କମ୍ପିଲା ଫ୍ରାନ୍ସ ଚାଟେରକ୍ସ । ଆଉ ଏ ସୌଭାଗ୍ୟ ଆଣିଛନ୍ତି ପାରାଅଲମ୍ପିକ୍ସ ଭାରତୀୟ ସୁଟର ଅବନୀ ଲେଖରା । ଫ୍ରାନ୍ସର ଚାଲିଥିବା ପାରା ସୁଟିଂ ବିଶ୍ବକପରେ ଭାରତକୁ ଆଉ ଏକ ସଫଳତା । ଅଧିକ ପଢନ୍ତୁ

ଅବନୀଙ୍କୁ ଡବଲ ସ୍ବର୍ଣ୍ଣ
ଅବନୀଙ୍କୁ ଡବଲ ସ୍ବର୍ଣ୍ଣ

By

Published : Jun 12, 2022, 11:46 AM IST

ପ୍ୟାରିସ:ଫ୍ରାନ୍ସରେ ଗୁଞ୍ଜରିତ ହେଲା ଭାରତର ଜାତୀୟ ସଙ୍ଗୀତ । ଭାରତ ମାତା କି ଜୟ ନାରାରେ କମ୍ପିଲା ଫ୍ରାନ୍ସର ଚାଟେରକ୍ସ । ଆଉ ଏ ସୌଭାଗ୍ୟ ଆଣିଛନ୍ତି ପାରାଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଭାରତୀୟ ସୁଟର ଅବନୀ ଲେଖରା । ଫ୍ରାନ୍ସର ଚାଲିଥିବା ପାରା ସୁଟିଂ ବିଶ୍ବକପରେ ଭାରତକୁ ଆଉ ଏକ ସଫଳତା ମିଳିଛି । ମହିଳା 50 ମିଟର ଏୟାର ରାଇଫଲ 3 ଏସଏଚ ଫାଇନାଲରେ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ । ଏହାକୁ ମିଶାଇ ପାରା ସୁଟିଂରେ ଡବଲ ସ୍ବର୍ଣ୍ଣ ହାତେଇଛନ୍ତି ଅବନୀ ।

ଫାଇନାଲରେ ଜୟପୁରର ଗୋଲ୍ଡନେ ଗାର୍ଲଙ୍କ ସ୍ଲୋ ଆରମ୍ଭ ହୋଇଥିଲା । ମାତ୍ର ଖୁବ କମ ସମୟରେ ସେ କମବ୍ୟାକ କରିଥିଲେ । ଶେଷ 3 ରାଉଣ୍ଡରେ ସେ 10 ପଏଣ୍ଟ ହାସଲ କରିଥିଲେ । 20 ବର୍ଷୀୟ ଅବନୀ ପୂର୍ବରୁ ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ-1 ଇଭେଣ୍ଟରେ ନୂଆ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିସାରିଛନ୍ତି । ବର୍ତ୍ତମାନ ପୁଣି ଅବନୀ ମୋଟ 458. 3 ପଏଣ୍ଟ ହାସଲ କରି ଏହି ସଫଳତା ପାଇଛନ୍ତି ।

ଏହା ବି ପଢନ୍ତୁ...Para Shooting: ଅବନୀଙ୍କ ବିଶ୍ବ ରେକର୍ଡ, ଜିତିଲେ ସ୍ବର୍ଣ୍ଣ

ସଫଳତା ପରେ ଅବନୀ ନିଜ ଟ୍ବିଟର ହାଣ୍ଡେଲରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ଦୁଇ ଦୁଇଟ ସ୍ବର୍ଣ୍ଣ ଜିତି ଘରକୁ ନେଇ ଭାବବିହ୍ବଳ ହୋଇପଡିଛନ୍ତି । ଏହା ସହ ତାଙ୍କୁ ନିରନ୍ତର ସମର୍ଥନ କରି ଆସୁଥିବା ତାଙ୍କ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଦେବା ସହ ଦେଶ ପାଇଁ ପଦକ ଜିତି ବହୁତ ଖୁସି ବୋଲି ଟ୍ବିଟ କରି ଲେଖିଛନ୍ତି ଅବନୀ । ଟୋକିଓ ପାରାଅଲମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ଅବନୀ 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଇଭେଣ୍ଟରେ ସ୍ବର୍ଣ୍ଣ ଏବଂ ମହିଳା 50 ମିଟର ରାଇଫଲ ଥ୍ରୀ ପୋଜିସନ ଏସଏଚ-1 ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଫାଇନାଲ ରାଉଣ୍ଡରେ ସ୍ଲୋଭାକିଆର ପାରାଅଲମ୍ପିକ ଷ୍ଟାର ଭେରୋନିକା ଭାଦୋଭିକୋଭା 456.6 ପଏଣ୍ଟ ହାସଲ କରିଥିବାବେଳେ ସ୍ବଡେନର ଅନ୍ନା ନୋରମାମ 441.9 ପଏଣ୍ଟ ହାସଲ କରିଥିଲେ ।

ABOUT THE AUTHOR

...view details