ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସରେ ଆକ୍ରାନ୍ତ ଥିବା, ଅର୍ଜୁନ ଆୱାର୍ଡ ବିଜେତା ତଥା ଭେଟେରାନ ପାରା-ବ୍ୟାଡମିଣ୍ଟନ ଖେଳାଳି ରମେଶ ଟିକରାମଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ 51 ବର୍ଷ ବୟସ ହୋଇଥିଲା ।
କୋରୋନା ଭାଇରସରେ ପାରା-ବ୍ୟାଡମିଣ୍ଟନ ଖେଳାଳି ରମେଶ ଟିକରାମଙ୍କ ମୃତ୍ୟୁ - Para-badminton player Ramesh Tikaram
ମହାମାରୀ କୋରୋନା ଭାଇରସରେ ଆକ୍ରାନ୍ତ ଥିବା, ଅର୍ଜୁନ ଆୱାର୍ଡ ବିଜେତା ତଥା ଭେଟେରାନ ପାରା-ବ୍ୟାଡମିଣ୍ଟନ ଖେଳାଳି ରମେଶ ଟିକରାମଙ୍କ ପରଲୋକ ।

କୋରୋନା ଭାଇରସରେ ପାରା-ବ୍ୟାଡମିଣ୍ଟନ ଖେଳାଳି ରମେଶ ଟିକରାମଙ୍କ ମୃତ୍ୟୁ
ଗୁରୁବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ଭାରତୀୟ ପାରା-ବ୍ୟାଡମିଣ୍ଟନ ସଭାପତି ଏନସି ସୁଧୀର ସୂଚନା ଦେଇଛନ୍ତି । ଟିକରାମଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ।
ଜ୍ବର ଓ କାଶ ହେବାରୁ ତାଙ୍କୁ ଜୁନ 29ରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭେଟେରାନ ବ୍ୟାଡମିଣ୍ଟନ ଖେଳାଳିଙ୍କ ପତ୍ନୀ ଓ ଦୁଇ ସନ୍ତାନ ରହିଛନ୍ତି । ବର୍ଷ 2001ରେ ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଗୌରବ ବଢାଇଥିଲେ ଟିକରାମ ।