ଭୁବନେଶ୍ବର: କୋରୋନା ଭାଇରସ ମହାମାରୀ ସତ୍ବେ ଆଗାମୀ ଜୁଲାଇ ମାସରେ ଜାପାନର ଟୋକିଓରେ ଅଲମ୍ପିକ୍ ଆୟୋଜନ ହେବାର ଆଶା ରହିଛି । ତେବେ ଏଥିପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି । ତେବେ ପ୍ରଥମ ଓଡିଆ ପାରା-ଅଥଲେଟ୍ ଭାବେ ପାରା ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓଡିଶାର ଷ୍ଟାର ପାରା-ଅଥଲେଟ ଜୟନ୍ତୀ ବେହେରା ।
ପାରା-ଅଲମ୍ପିକ୍ରେ ପ୍ରଥମ ଓଡିଆ ଭାବେ ରେକର୍ଡ କଲେ ଜୟନ୍ତୀ ବେହେରା - Jayanti Behera
ପ୍ରଥମ ଓଡିଆ ପାରା-ଅଥଲେଟ୍ ଭାବେ ପାରା-ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓଡିଶାର ଷ୍ଟାର ପାର-ଅଥଲେଟ ଜୟନ୍ତୀ ବେହେରା ।
ପ୍ରଥମ ଓଡିଆ ପାରା-ଅଥଲେଟ୍ ରେକର୍ଡ ରଚିଲେ ଜୟନ୍ତୀ ବେହେରା
ତେବେ ଜୟନ୍ତୀ ଟ୍ରାକ୍ ଏବଂ ଫିଲ୍ଡ ଆଥଲେଟ୍ । ସେ 200 ମିଟର, 400 ମିଟର ଏବଂ 800 ମିଟର ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରନ୍ତି । 2018 ଜାକର୍ତ୍ତାରେ ଆୟୋଜିତ ହୋଇଥିବା ପାରା ଏସିଆନ ଗେମ୍ସରେ ସେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ ।
ତେବେ ଜୟନ୍ତୀଙ୍କ ଏହି ସଫଳତା ପାଇଁ ଓଡିଶା ସ୍ପୋର୍ଟ ପକ୍ଷରୁ ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଯାଇଛି ।