ଓଡିଶା

odisha

ETV Bharat / sports

କୋରୋନା ପ୍ରଭାବ ନେଇ ଚିନ୍ତିତ ଟୋକିଓ ଅଲମ୍ପିକ ସ୍ବେଚ୍ଛାସେବୀ - କୋରୋନା ପ୍ରଭାବ

2020 ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଉପରେ କୋଭିଡ-19ର ପ୍ରଭାବ ନେଇ ଚିନ୍ତିତ 60 ପ୍ରତିଶତ ଅଲମ୍ପିକ ସ୍ବେଚ୍ଛାସେବୀ । ଅଧିକ ପଢ଼ନ୍ତୁ...

over-60-percent-of-tokyo-oly-volunteers-worried-about-covid-19-impact-survey
କୋରୋନା ପ୍ରଭାବ ନେଇ ଚିନ୍ତିତ ଟୋକିଓ ଅଲମ୍ପିକ ସ୍ବେଚ୍ଛାସେବୀ

By

Published : Jul 31, 2020, 1:33 PM IST

ଟୋକିଓ: 2020 ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ପାଇଁ 60%ରୁ ଅଧିକ ସ୍ବେଚ୍ଛାସେବୀ ଖେଳ ଉପରେ କୋରୋନା ଭାଇରସ୍ ମହାମାରୀର ପ୍ରଭାବକୁ ନେଇ ଚିନ୍ତିତ କିମ୍ବା ବ୍ୟଥିତ ଅଛନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି।

ଜାପାନର ରାଜ୍ୟ ପ୍ରସାରଣକାରୀ NHK ଶୁକ୍ରବାର କହିଛି ଯେ, ଟୋକିଓ 2020 ଆୟୋଜକମାନେ ଏହି ମାସରେ ସ୍ବେଚ୍ଛାସେବୀମାନଙ୍କ ସର୍ଭେ କରିଥିଲେ ଯେଉଁମାନେ ମୁଖ୍ୟତଃ ଇଭେଣ୍ଟ ସାଇଟରେ କାର୍ଯ୍ୟ କରିବେ।

ସାଇନ୍ ଅପ୍ କରିଥିବା 80,000 ଲୋକଙ୍କ ମଧ୍ୟରୁ ପ୍ରାୟ 26,000 ସର୍ଭେରେ ପ୍ରତିକ୍ରିୟା ଦେଇଛନ୍ତି ଯେଉଁଥିରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଏକାଧିକ ଉତ୍ତର ରହିଥାଏ ।

କୋରୋନା ପ୍ରଭାବ ନେଇ ଚିନ୍ତିତ ଟୋକିଓ ଅଲମ୍ପିକ ସ୍ବେଚ୍ଛାସେବୀ

ଖେଳ ବିଷୟରେ ଚିନ୍ତାର ମୁଖ୍ୟ କାରଣ କ’ଣ ବୋଲି ପଚରାଯାଇଥିବା ବେଳେ 66.8 ପ୍ରତିଶତ ଲୋକ କହିଛନ୍ତି ଯେ ମହାମାରୀ ଇଭେଣ୍ଟର ଫର୍ମାଟକୁ କିପରି ପ୍ରଭାବିତ କରିବ ଏବଂ ଖେଳ ସମୟରେ ସଂକ୍ରମଣ ପ୍ରତିଷେଧକ ବ୍ୟବସ୍ଥା କିପରି କରାଯିବ ସେନେଇ ସେମାନେ ଚିନ୍ତିତ ଅଛନ୍ତି ।

34 ପ୍ରତିଶତ ଲୋକ ଏହା ମଧ୍ୟ କହିଛନ୍ତି ଯେ ସେମାନଙ୍କ କାର୍ଯ୍ୟ ବିଷୟରେ ଜାଣିବାର ଅଧିକ ସୁଯୋଗ ନାହିଁ କାରଣ ସେମାନଙ୍କ ତାଲିମ ସ୍ଥଗିତ ରଖାଯାଇଛି।

କୋରୋନା ପ୍ରଭାବ ନେଇ ଚିନ୍ତିତ ଟୋକିଓ ଅଲମ୍ପିକ ସ୍ବେଚ୍ଛାସେବୀ

କେତେକ ମନ୍ତବ୍ୟ ଦେଇଛନ୍ତି ଯେ, ସେମାନେ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିବାବେଳେ ସଂକ୍ରମଣର ବିପଦକୁ ନେଇ ଚିନ୍ତିତ ଥିଲେ। ଅନ୍ୟମାନେ ଅଲମ୍ପିକ ପ୍ରକୃତରେ ଅନୁଷ୍ଠିତ ହେବ କି ନାହିଁ ସେ ଅନିଶ୍ଚିତତା ବିଷୟରେ ଉଲ୍ଲେଖ କରିଛନ୍ତି ।

ଗୁରୁବାର ଦିନ ଆୟୋଜକ କମିଟି ସ୍ବେଚ୍ଛାସେବୀମାନଙ୍କୁ ପଚାରିଥିଲେ ଯେ ସେମାନେ ଖେଳରେ କାମ କରିବାକୁ ଚାହୁଁଛନ୍ତି କି, ଯାହା ଜୁଲାଇ 23 ରୁ ଅଗଷ୍ଟ 8, 2021 ପର୍ଯ୍ୟନ୍ତ ଖେଳାଯିବା ନେଇ ପୁନଃ ନିର୍ଦ୍ଧାରିତ ହୋଇଛି । ଟୋକିଓ ମହାନଗର ନିଗମ ସରକାର ଗୁରୁବାର କୋଭିଡ-19 367 ଟି ନୂଆ ମାମଲା ରେକର୍ଡ କରିଛନ୍ତି।

ଟୋକିଓ ଗଭର୍ଣ୍ଣର ୟୁରିକୋ କୋଇକେ କହିଛନ୍ତି ଯେ ଜାପାନର ରାଜଧାନୀ ଏକ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇଛି ଏବଂ ସଂକ୍ରମଣର ବିସ୍ଫୋରକ ବୃଦ୍ଧି ପଥରେ ରହିଛି।

14 ମିଲିୟନ ଲୋକ ରହୁଥିବା ରାଜଧାନୀରେ ଗତ 10 ଦିନ ମଧ୍ୟରେ ନୂତନ ଦୈନିକ ସଂକ୍ରମଣ ସଂଖ୍ୟା 200ରେ ପହଞ୍ଚିଛି ଏବଂ ବୁଧବାର ମୋଟ ସଂକ୍ରମଣ ସଂଖ୍ୟା 12,228ରେ ପହଞ୍ଚିଛି । ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ କେବଳ ଏହି ମାସରେ ଚିହ୍ନଟ ହୋଇଛନ୍ତି।

କୋଇକେ ବୁଧବାର କହିଛନ୍ତି ଯେ ଜାପାନର ରାଜଧାନୀରେ ନୂତନ କୋରୋନାଭାଇରସ୍ ବିସ୍ତାରକୁ ରୋକିବା ହିଁ ଆସନ୍ତା ଗ୍ରୀଷ୍ମରେ ସ୍ଥଗିତ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସର ସଫଳ ଆୟୋଜନ ଦିଗରେ ପ୍ରଥମ ପଦକ୍ଷେପ ହେବ।

ABOUT THE AUTHOR

...view details