ଓଡିଶା

odisha

ETV Bharat / sports

କବାଡି ଅଲିମ୍ପିକରେ ଅନ୍ତର୍ଭୁକ୍ତ କରିବା ଆମର ମୂଳ ଲକ୍ଷ୍ୟ: ରିଜିଜୁ - kabaddi included in Olympics

ରିଜଜୁ କହିଛନ୍ତି, "କବାଡି ଏସିଆନ୍ ଗେମ୍ସରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ବର୍ତ୍ତମାନ କେବଳ ଭାରତ ନୁହେଁ, ସମସ୍ତ ଏସୀୟ ଦେଶ ଏକତ୍ରିତ ହେବା ଆବଶ୍ୟକ ଯାହା ଅଲିମ୍ପିକ୍ସରେ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏହା ଆମର ମୂଳ ଲକ୍ଷ୍ୟ।" ଅଧିକ ପଢ଼ନ୍ତୁ...

our-ultimate-goal-is-to-have-kabaddi-included-in-olympics-rijiju
କବାଡି ଅଲିମ୍ପିକରେ ଅନ୍ତର୍ଭୁକ୍ତ କରିବା ଆମର ମୂଳ ଲକ୍ଷ୍ୟ: ରିଜିଜୁ

By

Published : Apr 27, 2020, 10:23 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡାମନ୍ତ୍ରୀ କିରନ ରିଜିଜୁ ସୋମବାର କହିଛନ୍ତି ଯେ, କେବଳ ଭାରତ ଏବଂ ଏସିଆରେ ନୁହେଁ, ବିଶ୍ବବ୍ୟାପି କବାଡିକୁ ପ୍ରସିଦ୍ଧ କରିବା ଏବଂ ଅଲିମ୍ପିକ୍ସରେ ଏହି କ୍ରୀଡାକୁ ଅନ୍ତର୍ଭୁକ୍ତ କରିବା ଦେଶର ମୂଳ ଲକ୍ଷ୍ୟ । ରିଜଜୁ କହିଛନ୍ତି, "କବାଡି ଏସିଆନ ଗେମ୍ସରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ବର୍ତ୍ତମାନ କେବଳ ଭାରତ ନୁହେଁ, ସମସ୍ତ ଏସୀୟ ଦେଶ ଏକତ୍ରିତ ହେବା ଆବଶ୍ୟକ ଯାହା ଅଲିମ୍ପିକ୍ସରେ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏହା ଆମର ମୂଳ ଲକ୍ଷ୍ୟ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ଭାରତରେ ଖେଳର ମାନକୁ ଉନ୍ନତ କରିବାକୁ ହେବ ଏବଂ ଏହା ନିଶ୍ଚିତ କରିବାକୁ ହେବ ଯେ ଆମେ ଏହାକୁ ଭାରତ ତଥା ବିଶ୍ବର ଭୌଗୋଳିକ ସ୍ଥାନଗୁଡିକରେ ବିସ୍ତାର କରିବୁ ।

ସେ ସ୍ପୋର୍ଟ୍ସ ଆସୋସିଏସନ ଅଫ୍ ଇଣ୍ଡିଆ (SAI) ଦ୍ବାରା ଆୟୋଜିତ ଅନଲାଇନ କୋଚ୍‌ ଜ୍ଞାନ ବୃଦ୍ଧି ଅଧିବେଶନରେ କୋରିଆ ଏବଂ ମାଲେସିଆ ସମେତ ସମଗ୍ର ଭାରତ ତଥା ଅନ୍ୟ ଦେଶରୁ 700ରୁ ଅଧିକ କବାଡି କୋଚଙ୍କୁ ସମ୍ବୋଧିତ କରିଥିଲେ ।

ଅନଲାଇନ କର୍ମଶାଳାର ମହତ୍ତ୍ବ ବିଷୟରେ ରିଜିଜୁ କହିଛନ୍ତି, "ମୁଁ ନିଶ୍ଚିତ ଯେ କୋଭିଡ-19 ବିପକ୍ଷରେ ଏହି ଯୁଦ୍ଧରେ ଆମେ ଜିତିବୁ । ଆମେ ଶୀଘ୍ର ଟ୍ରେନିଂ ଏବଂ ଖେଳିବା ଆରମ୍ଭ କରିପାରିବା । କିନ୍ତୁ ତାହା ନହେବା ପର୍ଯ୍ୟନ୍ତ ଆମେ ଟେକ୍ନୋଲୋଜିର ସୁବିଧା ନେଇ ଅଭ୍ୟାସ ଜାରି ରଖିବୁ ।"

ABOUT THE AUTHOR

...view details