ଓଡିଶା

odisha

ETV Bharat / sports

Mann ki Baat: ଲଦାଖରେ ନିର୍ମାଣ ହେଉଛି ଅତ୍ୟାଧୁନିକ ଫୁଟବଲ ଷ୍ଟାଡିୟମ - ଲଦାଖରେ ଫୁଟବଲ ଷ୍ଟାଡିୟମ

10,000 ଫୁଟରୁ ଅଧିକ ଉଚ୍ଚରେ ଲଦାଖରେ ନିର୍ମାଣ ହେଉଛି ଓପନ ସିନ୍ଥେଟିକ ଟ୍ରାକ୍‌ ଓ ଅଷ୍ଟ୍ରୋ-ଟର୍ଫ ଫୁବଟଲ ଷ୍ଟାଡିୟମ । ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ରେ ଦେଶକୁ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Open synthetic track, astro-turf football stadium to be built in Ladakh, announces PM Modi
PM ମୋଦିଙ୍କ ଘୋଷଣା, ଲଦାଖରେ ନିର୍ମାଣ ହେଉଛି ଅତ୍ୟାଧୁନିକ ଫୁଟବଲ ଷ୍ଟାଡିୟମ

By

Published : Jan 30, 2022, 9:04 PM IST

ନୂଆଦିଲ୍ଲୀ:ଲଦାଖରେ ନିର୍ମାଣ ହେଉଛି ଓପନ ସିନ୍ଥେଟିକ ଟ୍ରାକ୍‌ ଓ ଅଷ୍ଟ୍ରୋ-ଟର୍ଫ ଫୁବଟଲ ଷ୍ଟାଡିୟମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହି ଘୋଷଣା କରିଛନ୍ତି । ଏହି ଷ୍ଟାଡିୟମ 10,000 ଫୁଟରୁ ଅଧିକ ଉଚ୍ଚରେ ନିର୍ମାଣ କରାଯାଉଛି ଏବଂ ଏହାର ନିର୍ମାଣ ଶୀଘ୍ର ଶେଷ ହେବାକୁ ଯାଉଛି ।

ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ରେ ଦେଶକୁ ସମ୍ବୋଧନ ସମୟରେ ଏହି ସୂଚନା ଦେଇଛନ୍ତି ପିଏମ ମୋଦି । ଷ୍ଟାଡିୟମ କାର୍ଯ୍ୟ ଚାଲୁ ରହିଛି ଓ ଖୁବଶୀଘ୍ର ଏହା ଶେଷ ହେବ ବୋଲି ମଧ୍ୟ କହିଛନ୍ତି । ଲଦାଖରେ ଏହା ବୃହତ୍ତମ ଓପନ ଷ୍ଟାଡିୟମ ହେବ ଯେଉଁଠାରେ ପ୍ରାୟ ୩୦,୦୦୦ ଦର୍ଶକ ଏକାଠି ବସିପାରିବେ ।

ଲଦାଖରେ ନିର୍ମାଣଧୀନ ଏହି ଅତ୍ୟାଧୁନିକ ଫୁଟବଲ ଷ୍ଟାଡିୟମରେ ୮ ଲେନ୍‌ ବିଶିଷ୍ଟ ଏକ ସିନ୍ଥେଟିକ୍‌ ଟ୍ରାକ୍‌ ରହିବ । ଏହା ବ୍ୟତୀତ ଏକହଜାର ଶଯ୍ୟା ଥିବା ଏକ ହଷ୍ଟେଲ ସୁବିଧା ଉପଲବ୍ଧ ହେବ । ଫୁଟବଲ ପରିଚାଳନା ସଂସ୍ଥା FIFA ପକ୍ଷରୁ ମଧ୍ୟ ଏହି ଷ୍ଟାଡିୟମକୁ ସୀକୃତି ମିଳିଛି ।

ଏହାମଧ୍ୟ ପଢନ୍ତୁ:Australian Open: ଇତିହାସ ରଚିଲେ ରାଫେଲ ନାଦାଲ

ଏହି ବୃହତ କ୍ରୀଡା ଭିତ୍ତିଭୂମି ଦ୍ବାରା ଦେଶର ଯୁବପିଢି ବିଶେଷ ଭାବେ ଉପକୃତ ହେବ । ଏଥିସହ ଦେଶ ତମାମରୁ ଏହି ସ୍ଥାନକୁ ଲୋକଙ୍କ ଯିବାଆସିବା ଓ ରହଣୀ ଲାଗିରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେବଳ ସେତିକି ନୁହେଁ, ପର୍ଯ୍ୟଟକ ସଂଖ୍ୟାରେ ବୃଦ୍ଧି ହେବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଷ୍ଟାଡିୟମ ଲଦାଖର ଅନେକ ଯୁବକଙ୍କ ପାଇଁ ନୂଆ ସମ୍ଭାବନା ଆଣିଦେବ । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଲଦାଖରେ ଷ୍ଟାଡିୟମ ନିର୍ମାଣ ନେଇ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ANI

ABOUT THE AUTHOR

...view details