ଦୋହା:ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଭେଟେରାନ ଟେବୁଲ ଟେନିସ ଖେଳାଳି ସରତ କମଲ, ଜି. ସାଥିୟାନ, ସୁତୀର୍ଥ ମୁଖାର୍ଜୀ ଓ ମନିକା ବାତ୍ରା । ଚଳିତ ବର୍ଷ ଜୁଲାଇ 23ରୁ ବିଶ୍ବକ୍ରୀଡାର ଏହି ମେଗା ଇଭେଣ୍ଟ ଖେଳାଯିବ । ଏସିଆନ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ସାଉଥ ଏସିଆ ଗ୍ରୁପର ଶୀର୍ଷରେ ରହି ଟୋକିଓ ଟିକେଟ ହାତେଇଛନ୍ତି ସାଥିୟାନ ।
ସେହିପରି କମଲ, 5ଟି ଗ୍ରୁପ ମଧ୍ୟରେ ଶୀର୍ଷ ମାନ୍ୟତାର ଦ୍ବିତୀୟ ଖେଳାଳି ଭାବେ ଗୁରୁବାର ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ଟୋକିଓ 2020 କମଲଙ୍କ ପାଇଁ 4ର୍ଥ ମେଗା ଇଭେଣ୍ଟ ହେବାକୁ ଯାଉଥିବାବେଳେ, ସାଥିୟାନ, ମନିକା ଓ ସୁତୀର୍ଥଙ୍କ ପାଇଁ ଏକ ପ୍ରଥମ ଅଲମ୍ପିକ ପ୍ରବେଶ ।