ଓଡିଶା

odisha

ETV Bharat / sports

କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି, ସ୍ବତନ୍ତ୍ର CAIMS କାର୍ଯ୍ୟକ୍ରମର ଶୁଭାରମ୍ଭ - ଇନଜୁରୀ ମ୍ୟାନେଜମେଣ୍ଟ ସିଷ୍ଟମ

ଦେଶର କ୍ରୀଡାବିତ୍‌ଙ୍କ ପାଇଁ କେନ୍ଦ୍ରୀୟ ଆହତ ପ୍ରବନ୍ଧନ ପ୍ରଣାଳୀ (CAIMS)ର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

Olympics 2024: Rijiju launches athlete injury management system
କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି, ସ୍ବତନ୍ତ୍ର CAIMS କାର୍ଯ୍ୟକ୍ରମର ଶୁଭାରମ୍ଭ

By

Published : Jun 11, 2021, 9:37 PM IST

ନୂଆଦିଲ୍ଲୀ:କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଦେଶର କ୍ରୀଡାବିତଙ୍କ ପାଇଁ କେନ୍ଦ୍ରୀୟ ଆହତ ପ୍ରବନ୍ଧନ ପ୍ରଣାଳୀ(ଇନଜୁରୀ ମ୍ୟାନେଜମେଣ୍ଟ ସିଷ୍ଟମ, CAIMS)ର ଶୁଭାରମ୍ଭ କରିଛନ୍ତି ।

ପ୍ରଥମ ଥର ପାଇଁ ଏହି ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛି ମନ୍ତ୍ରଣାଳୟ । ଆଥଲେଟ୍‌ଙ୍କୁ ଆହତ ହେବାପରେ ସଠିକ ଚିକିତ୍ସା, ସ୍ପୋର୍ଟ୍ସ ମେଡିସିନ ଓ ସୁସ୍ଥ ହେବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ।

CAIMS ର ଏକ ଉଚ୍ଚସ୍ତରୀୟ କୋର କମିଟି ମଧ୍ୟ ଗଠନ ହୋଇଛି । ଏସକେଏଶ ମାରୟା, ଦୀନସା ପାର୍ଡିୱାଲା, ବିଭି ଶ୍ରୀନିବାସ ଓ ଶ୍ରୀକାନ୍ତ ଲ୍ୟେଙ୍ଗର ପ୍ରମୁଖ କମିଟିର ସଦସ୍ୟ ରହିଛନ୍ତି । ଏସକେଏଶ ମାରୟା କମିଟିର ଅଧକ୍ଷ ରହିଛନ୍ତି ।

ଦେଶ ମଧ୍ୟରେ ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ଆଥଲେଟଙ୍କ ନିକଟସ୍ଥ ସ୍ଥାନରେ କ୍ରୀଡା ଆହତ ପ୍ରବନ୍ଧନ ସପୋର୍ଟ ଉପଲବ୍ଧ କରିବେ । ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନିରନ୍ଦର ଧ୍ରୁବ ବାତ୍ରା ଏହା କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି ।

CAIMSର ଶୁଭାରମ୍ଭ କାର୍ଯ୍ୟକ୍ରମରେ SAI ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ଭାରତୀୟ ଅଲମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ଓ ଅନ୍ୟ ଅଧିକାରୀ ମାନେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details