ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ସୋମବାର କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ନୀରଜ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଅଲମ୍ପିକ୍ରେ ଟ୍ରାକ୍ ଓ ଫିଲ୍ଡ ଇଭେଣ୍ଟରେ ନୀରଜ ଚୋପ୍ରା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ଆଥଲେଟ୍ । ମାତର ୨୩ ବର୍ଷ ବୟସରେ ସେ ଟୋକିଓ ଅଲମ୍ପିକ୍ସରେ ଡେବ୍ୟୁ କରିଥିଲେ । ଷ୍ଟାର ଜାଭେଲିନ ଥ୍ରୋଅର ନିଜର ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।ସେହିପରି ଜାଭେଲିନ ଥ୍ରୋରେ ଟୋକିଓ ପାରା ଅଲମ୍ପିକ ସ୍ବର୍ଣ୍ଣ ବିଜେତା ସୁମିତ ଅଣ୍ଟିଲଙ୍କୁ ମଧ୍ୟ ପ୍ରଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ନିଜର ବିଶ୍ବ ରେକର୍ଡ ଭଙ୍ଗ କରିବା ସହ ୬୮.୫୫ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।