ନୂଆଦିଲ୍ଲୀ:ଅଲମ୍ପିକ ଖେଳରେ ପ୍ରଥମ ଭାରତୀୟ ଭାବେ ଫେନ୍ସିଂ ଇଭେଣ୍ଟରେ ଦେଶର ପ୍ରତିନିଧିତ୍ବ କରିଥିବା ସି.ଏ ଭବାନୀ ଦେବୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ । ଫେନ୍ସିଂରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ତାଙ୍କୁ ଏହି ସମ୍ମାନ ମିଳିଛି ।
ନଭେମ୍ବର ୧୩ରେ ଜାତୀୟ କ୍ରୀଡା ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କରିଥିଲେ । ତେବେ ଭବାନୀ ଫ୍ରାନ୍ସରେ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ପୁରସ୍କାର ବିତରଣ ସମାରୋହରେ ସାମିଲ ହୋଇପାରିନଥିଲେ ।