ଓଡିଶା

odisha

ETV Bharat / sports

କୋରୋନା ଭ୍ୟାକ୍ସିନ ନେଲେ ଅଲମ୍ପିଆନ ବକ୍ସର ମେରିକମ-ଲବ୍ଲିନା - କୋରୋନା ଟିକା ନେଲେ ଲବ୍ଲିନା

ମହାମାରୀ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ପ୍ରଥମ ଡୋଜ୍ ଟିକା ନେଲେ ଅଲମ୍ପିଆନ ବକ୍ସର ମେରିକମ । ମେରିକମ ସହ ବକ୍ସର ଲବ୍ନିନା ବୋର୍ଗହେନ ମଧ୍ୟ ପ୍ରଥମ ଡୋଜ୍ କୋଭିଡ ଟିକା ନେଇଛନ୍ତି । ଅଧିକ ପଢ଼ନ୍ତୁ...

କୋରୋନା ଭ୍ୟାକ୍ସିନ ନେଲେ ଅଲମ୍ପିଆନ ବକ୍ସର ମେରିକମ-ଲବ୍ଲିନା
କୋରୋନା ଭ୍ୟାକ୍ସିନ ନେଲେ ଅଲମ୍ପିଆନ ବକ୍ସର ମେରିକମ-ଲବ୍ଲିନା

By

Published : May 12, 2021, 8:19 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ପ୍ରଥମ ଡୋଜ୍ ଟିକା ନେଲେ ଅଲମ୍ପିଆନ ବକ୍ସର ମେରିକମ । ମେରିକମ ସହ ବକ୍ସର ଲବ୍ନିନା ବୋର୍ଗହେନ ମଧ୍ୟ ପ୍ରଥମ ଡୋଜ୍ କୋଭିଡ ଟିକା ନେଇଛନ୍ତି । ପୁଣେର କମାଣ୍ଡ ହସ୍ପିଟାଲରେ ଉଭୟ ଟିକା ନେବାପରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ପୁଣେର କମାଣ୍ଡ ହସ୍ପିଟାଲରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ମହିଳା ବକ୍ସରଙ୍କ ବିଶେଷ ଭାବରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପୁଣେର ଆର୍ମୀ କ୍ରୀଡ଼ା ପ୍ରତିଷ୍ଠାନରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ମହିଳା ବକ୍ସରମାନେ ଜାତୀୟ ଅଭ୍ୟସ ଶିବିରେ ଯୋଗ ଦେଇଛନ୍ତି ।

ମେରିକମଙ୍କ ସହ ଏହି ଅଭ୍ୟାସ ଶିବିରରେ ବିଶ୍ବ ଚମ୍ପିଆନସିପର କାଂଶ୍ୟ ପଦକ ବିଜେତା ଲବ୍ନିନା ବୋର୍ଗହେନ ମଧ୍ୟ ସାମିଲ ରହିଛନ୍ତି । ସେମାନଙ୍କ ସହ ଅନ୍ୟ ସହାୟକ କୋଚ୍ ଓ ସପୋର୍ଟ ଷ୍ଟାଫ ଅଭ୍ୟାସ ଶିବିରରେ ରହିଛନ୍ତି । ଗତ ସପ୍ତାହରେ ମେରକମ, ଲବ୍ନିନା ଓ ସିମରନଜିତ କୌରଙ୍କୁ ନେଇ ଦିଲ୍ଲୀରେ ଜାତୀୟ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହୋଇଥିଲା ।

କୋରୋନା ମହାମାରୀ ଯୋଗୁଁ ଜାତୀୟ ଶିବିରକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଅନ୍ୟ ବକ୍ସରଙ୍କୁ 3ଟି ଗ୍ରୁପରେ ଭାଗ କରାଯାଇଛି । 3ଟି ଅଲଗା ଅଲଗା ସ୍ଥାନରେ ଏହି ଖେଳାଳିମାନେ ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଛନ୍ତି । ଜୁଲାଇ 23 ତାରିଖରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details