ନବରଙ୍ଗପୁର: ସମର ଷ୍ଟୋକ ଚମ୍ପିଆନସିପରେ ନବରଙ୍ଗପୁର ପୁଅଙ୍କ କମାଲ । ଜାମ୍ମୁକାଶ୍ମୀର ଶ୍ରୀନଗରର ଶେର ଏ କାଶ୍ମୀର ଇଣ୍ଡୋର ଷ୍ଟାଡିୟମରେ ସଦ୍ୟ ସମାପ୍ତ ସମର ଷ୍ଟୋକ ନ୍ୟାସନାଲ ଚମ୍ପିଆନସିପରେ ଜିଲ୍ଲାର ହିମାଂଶୁ ପଟ୍ଟନାୟକ ଓଡିଶା ଦଳ ପକ୍ଷରୁ ପ୍ରତିନିଧିତ୍ଵ କରି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି।
ସର୍ବଭାରତୀୟ ସମର ଷ୍ଟୋକ୍ ଚମ୍ପିଆନସିପରେ ଓଡିଆପୁଅ ହିମାଂଶୁଙ୍କୁ ବ୍ରୋଞ୍ଜ ଆଇସ ଷ୍ଟୋକ ଖେଳରେ ବିହାର ଦଳକୁ ହରାଇ ଜାମୁକାଶ୍ମୀର ଗଭର୍ଣ୍ଣରଙ୍କ ଠାରୁ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। କୋଚ୍ ହରିଶ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହିମାଂଶୁ ସଫଳତା ହାସଲ କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ନ୍ୟାସନାଲ ଚମ୍ପିଆନସିପ ପ୍ରତିଯୋଗିତାରେ ସଫଳତା ସହ ହିମାଂଶୁ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି ।
ସର୍ବଭାରତୀୟ ସମର ଷ୍ଟୋକ୍ ଚମ୍ପିଆନସିପରେ ଓଡିଆପୁଅ ହିମାଂଶୁଙ୍କୁ ବ୍ରୋଞ୍ଜ ଏହି ଖବର ପ୍ରସାରିତ ହେବାମାତ୍ରେ ନବରଙ୍ଗପୁର ଜିଲ୍ଲାର କ୍ରୀଡାବିତ ମହଲରେ ଖୁସିର ଲହରୀ ଖେଳିଯାଇଛି । କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ-ସଭାପତି ଏମ. ବାଳକୃଷ୍ଣା ରାଓ, ସହ ସମ୍ପାଦକ ତଥା ପେନକୋଟ ସିଲାଟ ସଙ୍ଘର ଉପଦେଷ୍ଟା ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଚାଲିଥିବା ଏହି କ୍ରୀଡ଼ା ପ୍ରତି ଯୁବ ବର୍ଗ ଆକୃଷ୍ଟ ହେବେ ବୋଲି ଜିଲ୍ଲାର ପୂର୍ବତନ କ୍ରୀଡାବିତମାନେ ମତପୋଷଣ କରିଛନ୍ତି।
ପ୍ରତିଯୋଗିତାରେ ମୋଟ ୨୦ଟି ରାଜ୍ୟ ଦଳ ଭାଗ ନେଇଥିବାବେଳେ ଓଡିଆ ପୁଅ ହିମାଂଶୁ ପଦକ ଜିତିବାରେ ସଫଳ ହୋଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ